ଯାଜପୁର: ରାସ୍ତାକଡରେ ଓଲଟିଲା ଯାତ୍ରୀବାହୀ ବସ୍, ୭ରୁ ଅଧିକ ଯାତ୍ରୀ ଆହତ
ଯାଜପୁର ରୋଡ( କେ ନ୍ୟୁଜ) : ଯାତ୍ରୀବାହୀ ବସ୍ ଓଲଟି ୭ ଆହତ । ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ନିକଟରେ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ। କଟକରୁ କରଞ୍ଜିଆ ଅଭିମୁଖେ ଯାଉଥିଲା ଏହି ଯାତ୍ରୀବାହୀ ବସ୍ “ନାୟକ ” । ପାଣିକୋଇଲି ନିକଟସ୍ଥ ଶର୍ମା ଟାଙ୍କି ନିକଟରେ ବସ୍ ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା
ଘଟଣା ସ୍ଥଳରେ ଯାଜପୁର ରୋଡ ଏସଡିପିଓ କେଦାର ସାହୁ ଓ ପାଣିକୋଇଲି ଥାନା ଅଧିକାରୀ ଅଜୟ ଜେନା ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ଦୁର୍ଘଟଣାରେ ୭ ରୁ ଉର୍ଦ୍ଧ୍ଵ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି