ଏହି ଦିନ ଆପଣ ଓସ୍ତ ଗଛ ପୂଜା କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ୍ . . . . .

ଓସ୍ତ ଗଛକୁ ହିନ୍ଦୁ ଧର୍ମରେ ପବିତ୍ର କୁହାଯିବା ସହ ଏହାର ଅନେକ ପ୍ରକାର ପୂଜା ମଧ୍ୟ କରାଯାଇଥାଏ। ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ଓସ୍ତ ଗଛରେ ଅନେକ ଦେବା-ଦେବୀ ବାସ କରିଥାନ୍ତି। ଏହା ବ୍ୟତୀତ ଶନି ଦେବତା ମଧ୍ୟ ଓସ୍ତ ଗଛରେ ବାସ କରୁଥିବାରୁ ଶନିବାର ଦିନ ଲୋକମାନେ ନିଜର ଶନି ଦୋଷ ଦୂର କରିବା ପାଇଁ ଏହି ଗଛରେ ଜଳ ଲାଗି କରିବା ସହ ଦୀପ ଲଗାଇଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ଗଛ ପୂଜା କରିବାରେ ଅନେକ ନିୟମ ମଧ୍ୟ ରହିଛି। ସପ୍ତାହରେ ଏଭଳି ଏକ ଦିନ ଅଛି ଯେଉଁଦିନ ଓସ୍ତ ଗଛ ପୂଜା କରିବାର ଲାଭ ପରିବର୍ତ୍ତେ କ୍ଷତି ହୋଇଥାଏ। ଏହାବ୍ୟତୀତ ଏହି ଦିନ ଓସ୍ତ ଗଛ ଛୁଇବା ମାତ୍ରେ ହିଁ ଦୁର୍ଭାଗ୍ୟ ବଢିଥାଏ।

ଶାସ୍ତ୍ର ଅନୁଯାୟୀ ଓସ୍ତ ଗଛରେ ଦିନ ସମୟରେ ମା ଲକ୍ଷ୍ମୀ ବାସ କରିଥାନ୍ତି। କାରଣ ଏହି ଗଛରେ ରାତି ସମୟରେ ମା ଲକ୍ଷ୍ମୀଙ୍କ ଭଉରୀ ଅଲକ୍ଷ୍ମୀ ବାସ କରିଥାନ୍ତି। ସେହିପରି ରବିବାର ଦିନ ଏହି ବୃକ୍ଷରେ କୌଣସି ଦେବା-ଦେବୀ ବାସ କରିନଥାନ୍ତି। ଏହି କାରଣରୁ ରବିବାର ଦିନ ଅଲକ୍ଷ୍ମୀ ଦିନ-ରାତି ଗଛରେ ବାସ କରିଥାନ୍ତି। ଏହି ଦିନ ଓସ୍ତ ବୃକ୍ଷକୁ ପୂଜା କରିବା ଦ୍ବାରା ସୁଖ-ସମୃଦ୍ଧି କ୍ଷୟ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ଦେବତାଙ୍କ ସହ ଓସ୍ତ ବୃକ୍ଷର ସଂଯୋଗ ରହିଛି। କିନ୍ତୁ ରବିବାର ଦିନର ସ୍ବାମୀ ଭଗବାନ ସୂର୍ଯ୍ୟ ହୋଇଥିବାରୁ ଏହି ଦିନ ଓସ୍ତ ଗଛ ପୁଜା କରିବା ଶୁଭ ହୋଇନଥାଏ।

pipalଉଲ୍ଲେଖ ରହିଛି ସଂନ୍ଧ୍ୟା ହେବା ପୂର୍ବରୁ ହିଁ ଓସ୍ତ ବୃକ୍ଷ ପୂଜା କରିବା ଉଚିତ। ସୂର୍ଯ୍ୟାସ୍ତ ପରେ ଓସ୍ତ ଗଛକୁ ପୂଜା କରିବା କିମ୍ବା ତା ତଳେ ଯିବା ଶୁଭ ହୋଇନଥାଏ। ଧାମିକ ତତ୍ତ୍ବ ଅନୁଯାୟୀ ଏପରି କରିବା ଦ୍ବାରା ଅଲ କ୍ଷ୍ମୀଙ୍କ ପ୍ରଭାବ ପଡ଼ିଥାଏ। କିନ୍ତୁ ବୈଜ୍ଞାନିକ ଆଧାରରେ ସଂନ୍ଧ୍ୟା ସମୟରେ ଓସ୍ତ ଗଛ ଅତ୍ୟଧିକ କାର୍ବନ ଡାଇ ଅକ୍ସସାଇହ ଗ୍ୟାସ ଛାଡିଥାଏ। ଯେଉଁ କାରଣରୁ ସଂନ୍ଧ୍ୟା ସମୟରେ ଏହି ଗଛ ତଳକୁ ଯିବା ପାଇଁ ମନା କରାଯାଇଥାଏ।

ଏହାସହ ପଢନ୍ତୁ: ଘର ଅଗଣାରେ ରହିଛି କି ଓସ୍ତ ଗଛ? ଜାଣନ୍ତୁ ଏହାର କି ପ୍ରଭାବ ପଡିଥାଏ ଆପଣଙ୍କ ଉପରେ

ଏହା ବ୍ୟତୀତ ଯେତେବେଳେ ଓସ୍ତ ଗଛ ସାମ୍ନାରେ ଦୀପ ଲଗାଇବା ସମୟରେ ମଧ୍ୟ କେବେ ମଧ୍ୟ ଉପରକୁ ଦେଖନ୍ତୁ ନାହିଁ। କାରଣ ଓସ୍ତ ବୃକ୍ଷର କାଣ୍ଡରେ ହିଁ ଦୈବି ଶକ୍ତି ବାସ କରିଥାଏ ଏବଂ ଉପର ଭାଗରେ ଅସୁର ଶକ୍ତି ବାସ କରିଥାଏ। ଏହି ବୃକ୍ଷରେ ସମସ୍ତ ଦେବା-ଦେବୀ ବାସ ରୁଥିବାରୁ ଏହାକୁ କାଟିବା ମଧ୍ୟ ଶୁଭ ହୋଇନଥାଏ। କିନ୍ତୁ କେବେ ଯଦି ଓସ୍ତ ଗଛ କାଟିବାକୁ ପଡେ ତେବେ ରବିବାର ଦିନ କାଟନ୍ତୁ। ଏଥିସହ ଗଛ କାଟିବା ସମୟରେ ଓସ୍ତ ଦେବତା ଯେପରି ଆପଣଙ୍କ ଉପରେ କ୍ରୋଧିତ ନହେବେ ସେଥିପାଇଁ ଭଗବାନଙ୍କୁ କ୍ଷମା ମାଗନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.