ପୁଣେରେ ହେବାକୁ ଯାଉଛି ଟିକଟକ୍ ଫିଲ୍ମ ଫେଷ୍ଟିଭାଲ, ଜିତିଲେ ମିଳିବ କ୍ୟାସ ପ୍ରାଇଜ

ଟିକଟକକୁ ନେଇ ଆପଣଙ୍କର ଯାହାବି ଧାରଣା ଥାଉ ନା କାହିଁକି ଗୋଟିଏ କଥା ତ ଆପଣଙ୍କୁ ନିଶ୍ଚୟ ମାନିବାକୁ ପଡିବ ଯେ ଏହି ଆପ ଆମକୁ ଏପରି ଟ୍ୟାଲେଣ୍ଟକୁ ଦେଖିବାର ସୁଯୋଗ ଦେଇଛି ଯାହାକୁ ଆମେ କେବେବି ଦେଖି ପାରିନଥାନ୍ତୁ । ଆଜି ପ୍ରାୟତଃ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ ରହିଛି ଏବଂ ଟିକଟକ ସମସ୍ତଙ୍କ ଭିତରେ ଲୁଚି ରହିଥିବା ଆକ୍ଟର,ଡ୍ୟାନ୍ସର ଏବଂ ଷ୍ଟଣ୍ଟର ମାନଙ୍କୁ ଏକ ମଞ୍ଚ ଦେଇଛି । ଟିକଟକ ଜରିଆରେ ଏମାନଙ୍କୁ ମଧ୍ୟରୁ ଅନେକ ପପୁଲାର ମଧ୍ୟ ହୋଇ ସାରିଛନ୍ତି । ସବୁଠାରୁ ଆଗ୍ରହର କଥା ଏହା ଯେ ପୁଣେରେ ବର୍ତ୍ତମାନ ଟିକଟକ ଫିଲ୍ମ ଫେଷ୍ଟିଭାଲ ମଧ୍ୟ ଅଆୟୋଯିତ ହେବାକୁ ଯାଉଛି ।

ଚାରି ମାସ ପୂର୍ବେ କରାଯାଇଥିଲା ବ୍ୟାନ

ବିଶ୍ୱାସ ହେଉନି ନା ଯେଉଁ ଆପକୁ ମାଡ୍ରାସ ହାଇକୋର୍ଟ ବ୍ୟାନ କରିଥିଲା । ବ୍ୟାନ ହଟିବାର ଚାରି ମାସ ପରେ ସେହି ଆପ ଏହି ସ୍ଥାନରେ ପହଂଚି ଯିବ । ଟିକଟକରେ ପ୍ରତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ କରାଯାଇଥାଏ । ଏହି ଭିଡିଓ ସୋସିଆଲ ମିଡିଆରେ ଟ୍ରେଂଡିଙ୍ଗ ଭିଡିଓ ହୋଇଯାଇଥାଏ ଓ ବର୍ତ୍ତମାନ ଏସବୁକୁ ସମ୍ମାନିତ କରିବାର ସମୟ । ଏହି ଫିଲ୍ମ ଫେଷ୍ଟିଭାଲ ଆସନ୍ତା ମାସ ସେପ୍ଟେମ୍ବରରେ ଆୟୋଜିତ କରାଯାଉଛି ।

ୟୁଜର୍ସ ମାନଙ୍କୁ କରିବାକୁ ପଡିବ ରେଜିଷ୍ଟ୍ରେସନ

ଟ୍ୱିଟରରେ ଏହି ଫିଲ୍ମ ଫେଷ୍ଟିଭାଲର ପୋଷ୍ଟର ଅତି ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏଥିପାଇଁ ରେଜିଷ୍ଟ୍ରେସନ ଫି ରଖାଯାଇଛି । ଫିଲ୍ମ ଫେଷ୍ଟିଭାଲର ଅର୍ଗାନାଇଜର ପ୍ରକାଶ ଯାଦବଙ୍କ ମତରେ ଏହି ଫିଲ୍ମ ଫେଷ୍ଟିଭାଲ ଟିକଟକ ୟୁଜର୍ସ ମାନଙ୍କ ପାଇଁ ଏକ ବଡ଼ ମୌକା ଅଟେ । ଏଠାରେ ସେମାନେ ଦୁନିଆକୁ ଦେଖାଇ ପାରିବେ ଯେ ସେ ଭବିଷ୍ୟତରେ କଣ ହେବାକୁ ଚାଁହୁଛନ୍ତି । ଏହା ସହିତ ସେ କହିଛନ୍ତି “ଟିକଟକ ୟୁଜର୍ସ ମାନେ ନିଜେ ଆକ୍ଟର, ନିଜେ ଡ଼ାଇରେକ୍ଟର ଏବଂ ନିଜେ କ୍ୟାମେରା ପର୍ସନ ମଧ୍ୟ ହୋଇଥାନ୍ତି । ମୁଁ ପ୍ରତିଦିନ କଲେଜ ସ୍ଟୁଡେଣ୍ଟ ମାନଙ୍କୁ ଦେଖିଥାଏ ସେମାନେ ବହୁତ ଭଲ ଭିଡିଓ ବନାଇଥାନ୍ତି । ମୁଁ ସେମାନଙ୍କୁ ଏକ ମଞ୍ଚ ଦେବାକୁ ଚାଁହୁଛି । ଫିଲ୍ମ ଫେଷ୍ଟିଭାଲରେ ଏଣ୍ଟ୍ରି ପଠାଇବା ପାଇଁ ରେଜିଷ୍ଟ୍ରେସନ ଫି ଆଦାୟ କରାଯାଉଛି । ଏଥିରେ ଆୱାର୍ଡ ପାଇଁ ଅନେକ କାଟାଗୋରି ରହିଛି ଯେଉଁଥିରେ ବେଷ୍ଟ ଇନ କମେଡି, ବେଷ୍ଟ ଇନ ପ୍ରାଙ୍କ ଏବଂ ସୋସିଆଲ ଆୱାରନେସ ଭଳି କାଟାଗୋରି ସାମିଲ ହୋଇଛି” ।

ବିଜେତାଙ୍କୁ ମିଳିବ କ୍ୟାସ ପ୍ରାଇଜ

ଯାଦବଙ୍କ ମତରେ ଏକ ଜୁରୀ ବେଞ୍ଚ ପ୍ରସ୍ତୁତ କରାଯାଇଛି ଯାହାକି ୫ ସେକେଣ୍ଡ୍ରୁ ୧ ମିନିଟ ପର୍ଯ୍ୟନ୍ତ ବିଡ଼ିଓ ଗୁଡିକୁ ରିଭ୍ୟୁ କରିବ । ଜିତିଥିବା ବିଜେତାଙ୍କୁ ୩୩,୩୩୩ ଟଙ୍କା ପୁରସ୍କୃତ କରାଯିବ । ଜୁରୀର ସଦସ୍ୟ ମାନଙ୍କ ମଧ୍ୟରେ ଏକ୍ସପର୍ଟସ ଏବଂ ଡ଼ାଇରେକ୍ଟର ମାନେ ମଧ୍ୟ ସାମିଲ ଅଟନ୍ତି । ଆୟୋଜକଙ୍କ କହିବା ଅନୁଯାୟୀ ଏହି ଫିଲ୍ମ ଫେଷ୍ଟିଭାଲ ଅନେକ ୟୁଜର ମାନଙ୍କ ପାଇଁ ଚଳଚ୍ଚିତ୍ର ଜଗତରେ ପାଦ ଦେବାକୁ ଏକ ମାଧ୍ୟମ ବି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.