ଦେଶ ପାଳିବ ୭୩ତମ ସ୍ୱାଧୀନତା ଦିବସ, ଜାଣିଛନ୍ତି କି ‘ଭାରତୀୟ ପତାକା ସଂହିତା, ୨୦୦୨’ରେ କ’ଣ ରହିଛି ବର୍ଣ୍ଣିତ

ଭାରତର ଜାତୀୟ ପତାକା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୌରବ ଓ ସମ୍ମାନର ପ୍ରତୀକ। ଯେତେବେଳେ କୌଣସି ଭାରତୀୟ ଏହି ଜାତୀୟ ପତାକାକୁ ଗର୍ବର ସହ ଉଡ଼ାଇଥାଏ, ସେତେବେଳେ ତା’ ଚେହେରାରେ ଆସିଥାଏ ଏକ ଭିନ୍ନ ଚମକ। ଜାତୀୟ ପତାକା ପାଇଁ ସଭିଁଙ୍କ ମନରେ ଥାଏ ପ୍ରେମ, ଆଦର ଆଉ ନିଷ୍ଠା। ଚଳିତବର୍ଷ ଦେଶ ପାଳନ କରିବାକୁ ଯାଉଛି ତା’ର ୭୩ତମ ସ୍ୱାଧୀନତା ଦିବସ। ଆମେ ଏଥିରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ‘ଭାରତୀୟ ପତାକା ସଂହିତା, ୨୦୦୨’ରେ ବର୍ଣ୍ଣିତ କିଛି ମୁଖ୍ୟ ନିୟମ ବିଷୟରେ।

ଭାରତର ଜାତୀୟ ପତାକାର ପ୍ରଦର୍ଶନ, ପ୍ରତୀକ ଓ ନାମ ଅଧିନିୟମ, ୧୯୫୦ ଏବଂ ରାଷ୍ଟ୍ରୀୟ ଗୌରବ ଅପମାନ ନିବାରଣ ଅଧିନିୟମ, ୧୯୭୧ ଅନୁସାରେ ନିୟନ୍ତ୍ରିତ ରହିଛି। ‘ଭାରତୀୟ ପତାକା ସଂହିତା, ୨୦୦୨’ରେ ଏ ସମସ୍ତ ନିୟମ, ପ୍ରଥା, ଔପଚାରିକତା ଓ ନିର୍ଦ୍ଦେଶକୁ ଏକସଙ୍ଗେ ଆଣିବା ପାଇଁ ପ୍ରୟାସ କରାଯାଇଛି।

tri33

ସୁବିଧା ଅନୁସାରେ ଭାରତୀୟ ପତାକା ସଂହିତା(କୋଡ୍‌), ୨୦୦୨କୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ସଂହିତାର ପ୍ରଥମ ଭାଗରେ ଜାତୀୟ ପତାକା ବିଷୟରେ ସାମାନ୍ୟ ବିବରଣୀ ରହିଛି। ଦ୍ୱିତୀୟ ଭାଗରେ ସାଧାରଣ ନାଗରିକ, ସଙ୍ଗଠନ ଓ ଶିକ୍ଷାନୁଷ୍ଠାନ ଆଦି ଦ୍ୱାରା ପତାକା ଉତ୍ତୋଳନ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି। ସେହିପରି ତୃତୀୟ ଭାଗରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଏହାସହିତ ଜଡ଼ିତ ସଙ୍ଗଠନ ଓ ଏଜେନ୍ସିଗୁଡ଼ିକ ଦ୍ୱାରା ପତାକା ଉତ୍ତୋଳନ ସମ୍ବନ୍ଧରେ ଦର୍ଶାଯାଇଛି।

ଭାଗ ୧ ଏବଂ ୨ରେ କ’ଣ ରହିଛି ବର୍ଣ୍ଣିତ

-ହାତରେ କଟାଯାଇଥିବା ବା ବୁଣାଯାଇଥିବା ସୂତା, ଉଲ୍‌, ସିଲ୍କ କିମ୍ବା ଖଦି କପଡ଼ାରେ ଜାତୀୟ ପତାକା ତିଆରି ହେବା ଉଚିତ।
-ତ୍ରିରଙ୍ଗା ବା ଜାତୀୟ ପତାକାରେ ସମାନ ଚଉଡ଼ାରେ ୩ଟି ଅଲଗା ଅଲଗା ପଟି ରହିବ, ଯାହାର ଉପର ରଙ୍ଗ କେସରି, ତଳ ରଙ୍ଗ ସବୁଜ ଏବଂ ମଝି ରଙ୍ଗ ଧଳା ହେବ। ଧଳା ପଟିରେ ନୀଳ ରଙ୍ଗର ଏକ ଅଶୋକ ଚକ୍ର ରହିବ, ଯେଉଁଥିରେ ୨୪ଟି ଅର ସମାନ ଦୂରତା ମଧ୍ୟରେ ସ୍ଥାନିତ କରାଯିବ।
-ଜାତୀୟ ପତାକାର ଆକାର ଆୟତକାର ଏବଂ ଏହାର ଲମ୍ବା ଓ ଚଉଡ଼ାର ଅନୁପାତ ୩:୨ ରହିବ।

hi3

କ’ଣ କରିବେ ନାହିଁ

-ବ୍ୟବସାୟିକ ଉଦ୍ଦେଶ୍ୟରେ ଜାତୀୟ ପତାକା ବ୍ୟବହାର କରାଯିବନି।
-କୌଣସି ବ୍ୟକ୍ତି କିମ୍ବା ବସ୍ତୁକୁ ସଲାମ ଦେବା ପାଇଁ ପତାକାକୁ ତଳକୁ କରାଯିବନି।
-ଯଦି ସରକାରୀ ଆଦେଶ ନାହିଁ, ତା’ହେଲେ ପତାକାକୁ ଅଧା ନୁଆଁଇ ଉଡ଼ାଯିବ ନାହିଁ।
-ଜାତୀୟ ପତାକା ଉତ୍ତୋଳନ କୌଣସି ବର୍ଦ୍ଦି କିମ୍ବା ୟୁନିଫର୍ମରେ କରାଯିବନି। ରୁମାଲ, ତକିଆ ଓ ଅନ୍ୟ ଡ୍ରେସରେ ଜାତୀୟ ପତାକା ମୁଦ୍ରିତ ହେବନି।
-ପତାକାର କେସରି ରଙ୍ଗ ଜାଣିଶୁଣି ତଳକୁ କରି ଅର୍ଥାତ୍‌ ଏହାକୁ ତଳ ଆଡ଼କୁ ମୁହଁ କରି ଉଡ଼ାଯିବ ନାହିଁ।
-ପତାକା ଉପରେ କୌଣସି ବିଜ୍ଞାପନ, ଅଧିସୂଚନା ଏବଂ ଅଭିଲେଖ ଲେଖାଯିବ ନାହିଁ।
-ତ୍ରିରଙ୍ଗାକୁ ଗାଡ଼ି, ରେଳଗାଡ଼ି, ଡଙ୍ଗା, ବିମାନ ଆଦିର ଛାତକୁ ଢାଙ୍କିବା ପାଇଁ ବ୍ୟବହାର କରାଯିବନି।

ଏହାସହ ପଢ଼ନ୍ତୁ: ରେକର୍ଡ: ୭୫,୦୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଲା ୧ କିଲୋ ‘ଗୋଲ୍ଡେନ୍‌ ବଟରଫ୍ଲାଇ’ ଚା’

tri66

ଭାରତର କୌଣସି ବି ନାଗରିକ, ଶିକ୍ଷା ସଂସ୍ଥାନ ଏବଂ ସରକାରୀ ସଙ୍ଗଠନ ଜାତୀୟ ପତାକାକୁ ସବୁ ଦିନ ନଚେତ୍‌ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଉଡ଼ାଇ ପାରିବେ। ଏଥିପାଇଁ ଜାଣି ରଖନ୍ତୁ କିପରି ରଖିବେ ଏହାର ମର୍ଯ୍ୟାଦା।

-ଯେତେବେଳେ ଜାତୀୟ ପତାକାକୁ ଉଡ଼ାଯିବ, ତାହା ଉଚ୍ଚରେ ଉଡ଼ିବା ଦରକାର।
-ଅନ୍ୟ କୌଣସି ପତାକାକୁ ତ୍ରିରଙ୍ଗା ସହିତ ମିଶାଇ ଏହାଠାରୁ ଉଚ୍ଚରେ ଉଡ଼ାଇବେ ନାହିଁ।
-ମଇଳା କି ଫଟା ଜାତୀୟ ପତାକା ଉଡ଼ାଯିବା ଉଚିତ ନୁହେଁ।
-ପତାକାକୁ ଏପରି ଉଡ଼ାଯିବା ଉଚିତ, ଯେପରି ବକ୍ତାଙ୍କ ମୁହଁ ଶ୍ରୋତାଙ୍କ ଆଡ଼କୁ ରହିଲେ, ବକ୍ତାଙ୍କ ଡାହାଣ ହାତ ପଟେ ପତାକା ରହିବ।
-ଯେଉଁ ଜାଗାରେ ପତାକା ଉଡ଼ାଯିବ, ପାଗ ବିଷୟରେ ଚିନ୍ତା ନ କରି ଏହାକୁ ସୂଯ୍ୟେର୍ାଦୟରୁ ସୂଯ୍ୟର୍ାସ୍ତ ପଯ୍ୟର୍ନ୍ତ ଉଡ଼ାଯିବା ଉଚିତ।

ଆଶା କରୁଛୁ କି, ଉପରେ ଲେଖାଯାଇଥିବା ଭାରତୀୟ ପତାକା ସଂହିତାର ମୁଖ୍ୟ ନିୟମ ଅନୁସାରେ ଆପଣ ମଧ୍ୟ ଚଳିତବର୍ଷ ବେଶ୍‌ ମର୍ଯ୍ୟାଦାର ସହ ପାଳନ କରିବେ ଦେଶର ବର୍ଷ ପୂର୍ତ୍ତି ଉତ୍ସବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.