କେନ୍ଦୁଝର କାଞ୍ଜିପାଣି ଘାଟିରେ ଜଳିଗଲା ପାଢ଼ୀ ବସ୍, ସଟସର୍କିଟ ଯୋଗୁଁ ଲାଗିଗଲା ନିଆଁ

କେନ୍ଦୁଝର(କେନ୍ୟୁଜ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଜଳିଗଲା ପାଢ଼ୀ ବସ। ରାଉରକେଲା ରୁ କେନ୍ଦୁଝର ଅଭିମୁଖେ ଆସୁଥିବା ବେଳେ ସଟସର୍କିଟ ଯୋଗୁଁ ନିଆଁ ଲାଗିବା ପରେ ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁ ବସକୁ ଠିକ୍ ସମୟରେ  ଅଟକାଇବାରେ ସଫଳ ହୋଇଥିଲେ। ଯାହା ଫଳରେ ସମସ୍ତ ଯାତ୍ରୀ ମାନେ ସୁରକ୍ଷିତ ରହିଥିବା ସୂଚନା ମିଳିଛି ।