ରାଜ୍ୟରେ ବଢିଲା ବସ୍ ଭଡ଼ା, ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବଢିଲା ବସ୍ ଭଡ଼ା। ସାଧାରଣ ବସ୍ ଭଡ଼ା କିମି ପିଛା ୪ପଇସା ବଢିଛି। ସାଧାରଣ ବସ୍ ଭଡ଼ା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି କରାଯାଇଛି। ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୩ପଇସା ବୃଦ୍ଧି କରାଯାଇଛି।

ଏକ୍ସପ୍ରେସ ବସରେ ଭଡ଼ା କିମି ପିଛା ୯୩ ପଇସାରୁ ୯୬ ପଇସାକୁ ବଢାଯାଇଛି। ଡିଲକ୍ସ ବସ୍‌ କିମି ପ୍ରତି ଭଡ଼ା ୧.୨୯ରୁ ୧.୩୫ ଟଙ୍କାକୁ ବୃଦ୍ଧି ହୋଇଛି। ଏସି ଡିଲକ୍ସ ବସ୍‌ ଭଡ଼ା ୧.୫୭ରୁ ୧.୬୩ ଟଙ୍କା, ସୁପର ଡିଲକ୍ସ ବସ୍‌ ଭଡ଼ା ୨.୪୪ରୁ ବଢ଼ି ୨.୫୩ ଟଙ୍କା ବୃଦ୍ଧି ହୋଇଛି। ଅଟୋମେଟିକ୍‌ ମେକାନିଜିମ୍‌ରେ ଭଡ଼ା ବୃଦ୍ଧି କରାଯାଇଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.