ବିଧବା ଭାଇବୋହୂକୁ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡ ଗଣ୍ଡି ଅଲଗା କଲା ଦେଢଶୁର, ଶେଷରେ ନଦୀରେ ଭସାଇ ଦେଲା

ଆନନ୍ଦପୁର(କେନ୍ଯୁଜ୍): ଦିନ କୁ ଦିନ ଘରୋଇ କଳହ ବଢିବାକୁ ଲାଗିଥିବା ବେଳେ ଉଗ୍ର ହେଉଛି ମଣିଷର ସ୍ବଭାବ। କ୍ଷଣିକ ରାଗ ନିମନ୍ତେ ଆଗ ପଛ ନବିଚାରି ନିର୍ମମ ହତ୍ୟା କରିବାକୁ ବି ପଛାଉ ନାହାନ୍ତି ଲୋକେ। ଏମିତି ଏକ ଘରୋଇ କଳହ କୁ କେନ୍ଦ୍ର କରି ଜଣେ ବିଧବା ମହିଳାଙ୍କୁ ଦୁଇ ଖଣ୍ଡ କରି କାଟି ନଦୀରେ ଭସାଇ ଦିଆ ଯାଇଥିବା ଘଟଣା ସମ୍ନାକୁ ଆସିଛି ।

ଆନନ୍ଦପୁର ଉପଖଣ୍ଡ ଅମାରଙ୍ଗ ଗାଁରେ ଘଟିଛି ଏହି ଅଘଟଣ। ଗତକାଲି ସମସ୍ତେ ବିଜୟା ଦଶମୀ ର ଖୁସି ମନଉଥିବା ସମୟ ରେ ଏହି ଗାଁରେ ଘଟିଥିଲା ଅଘଟଣ। ଦିନ ୨ ଟା ସମୟରେ ନଦୀ ପାର ହୋଇ ଅନ୍ଯ ପାଖକୁ ଯାଉଥିବା ବେଳେ ଗାଁ ଲୋକେ ନଦୀରେ ଭାସୁଥିବା ଦର ଖଣ୍ଡିଆ ମୃତଦେହ କୁ ଦେଖି ଚିଇଙ୍କି ଉଠିଥିଲେ। ତୁଣ୍ଡବାଇଦ ସହସ୍ର କୋଷ ପରି ଖବର ଚାରିଆଡେ ଖେଳିବୁଲିଥିଲା। ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ। ଗାଁ ଲୋକେ ହତ୍ୟା କହୁଥିବା ବେଳେ ପୋଲିସ ତାର ତଦନ୍ତ ଜାରି ରଖିଥିଲା।

ପୋଲିସ ର ତଦନ୍ତ ପରେ ସାଙ୍ଘାତିକ ତଥ୍ଯ ପଦାକୁ ଆସିଥିଲା। ଅମାରଙ୍ଗ ଗାଁ ର ୫୦ ବର୍ଷୀୟ ବିଧବା ସୁରଥୀ ନାୟକ। ନିଜର ଦୁଇ ଝିଅଙ୍କୁ  ବାହା ଦେବା ପରେ ଏକାକୀ ଘରେ ରହି ଆସୁଥିଲେ। କୌଣସି କାରଣ ନଥାଇ ପ୍ରତ୍ୟେକ ଦିନ ତାଙ୍କ ଦେଢଶୁର ଶତ୍ରୁଘ୍ନ ନାୟକ ମଦ ପିଇବା ପରେ ତାଙ୍କୁ ଅସଭ୍ଯ ଭାଷାରେ ଗାଳି ଗୁଳଜ ସହ କଳି ଝଗଡା କରୁଥିଲେ। ଗୁରୁବାର ରାତିରେ ସୁରଥୀ ନିଜ ଘର ଚାବି ପକାଇ ଅନ୍ଯ ଜଣକ ଘରକୁ ଟିଭି ଦେଖିବାକୁ ଯାଉଥିବା ସମୟରେ ଶତ୍ରୁଘ୍ନ ତାଙ୍କ ସହ ଝଗଡା ଆରମ୍ଭ କରିଥିଲେ। ଝଗଡା ଏତେ ଉଗ୍ର ଥିଲା ଯେ ଶତ୍ରୁଘ୍ନ ତାଙ୍କୁ ନଈକୂଳକୁ ଘୋଷାଡି ନେବା ସହ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିବା ପରେ ନଦୀରେ ଭସାଇ ଦେଇଥିଲେ ହେଲେ ନଦୀରେ ପାଣି ଅଳ୍ପ ଥିବାରୁ ଅଧା ଖଣ୍ଡିଆ ମୃତଦେହ ନଦୀ ଭିତରେ ଲାଖି ରହିଥିଲା। ଘଟଣା ପରେ ଶତ୍ରୁଘ୍ନ ଫେରାର ହୋଇଯାଇଥିବା ବେଳେ ପୋଲିସ ଚାରିଆଡେ ତାକୁ ଖୋଜୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.