୨୦୨୫ ସୁଦ୍ଧା ଓଡିଶା ହେବ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ, ପ୍ରସ୍ତୁତ ହେବ ସ୍ୱତନ୍ତ୍ର ଆକ୍ସନ ପ୍ଲାନ

ଭୁବନେଶ୍ୱର(କେନ୍ୟୁଜ୍‌): ୨୦୨୫ ସୁଦ୍ଧା ଓଡିଶା ହେବ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବା ସହ ଶିଶୁ ଶ୍ରମିକ ନିରୋଧ ଆଇନକୁ କଡାକଡି କରାଯାଇଛି। ଜିଲ୍ଲା ସ୍ତରରେ ଟାସ୍କଫୋର୍ସ ଗଠନ କରି ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ୧୪ ବର୍ଷରୁ କମ୍‌ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବା ଅକ୍ଷମଣୀୟ ଓ ଧର୍ତ୍ତବ୍ୟ ଅପରାଧ ଅଟେ। ଏଥିପାଇଁ ଜେଲ ଦଣ୍ଡ ଭଳି କଡା ନିୟମ ମଧ୍ୟ ରହିଛି।

ଶ୍ରମ କ୍ଷେତ୍ରରୁ ଶିଶୁଙ୍କୁ ନିବୃତ୍ତ ରଖିବାକୁ ହେଲେ ସେମାନଙ୍କ ଶିକ୍ଷାଦାନ ଜରୁରୀ। ଏନେଇ ଅଭିଭାବକ ମାନଙ୍କ ମଧ୍ୟରେ ସଚେତନତା ଯେତିକି ଜରୁରୀ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ସମାଜ ପ୍ରତି ଦାୟିତ୍ୱ ମଧ୍ୟ ସେତିକି ରହିଛି। ତେବେ କୋଭିଡ ସମୟରେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବାବେଳେ ଅଧାରୁ ପାଠ ଛାଡିବା ଓ ଶିଶୁ ଶ୍ରମିକ ସୃଷ୍ଟି ହେବା ସଂଖ୍ୟା ବୃଦ୍ଧି ପାଇଛି। ଏହାକୁ ରୋକିବା ପାଇଁ ଶିଶୁ ଶ୍ରମିକ ନିରୋଧ ପକ୍ଷ ପାଳନ କରାଯାଉଛି।

child

ଭୁବନେଶ୍ୱରରେ ସ୍ୱତନ୍ତ୍ର ସଚେତନତା ରଥ ପରିକ୍ରମା କରିଥିବା ବେଳେ ସବୁ ଜିଲ୍ଲାରେ ଅନୁରୂପ ରଥ ପରିକ୍ରମା କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରମ ଆୟୁକ୍ତ ତିରୁମୁଲା ନାୟକ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ, ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଉପସ୍ଥିତ ଥିଲେ। ସଚେତନତା ଶୋଭାଯାତ୍ରା ରାମମନ୍ଦିର ନିକଟରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.