କେନ୍ଦୁଝର ସିଦ୍ଧ ଜଗନ୍ନାଥଙ୍କ ନିଆରା ବ୍ୟଞ୍ଜନ ଦ୍ବାଦଶୀ ପାଳିତ, ଲାଗି ହେଲା ୧୨୧ କିସମର ଭୋଗ

କେନ୍ଦୁଝର ସିଦ୍ଧ ଜଗନ୍ନାଥଙ୍କ ନିଆରା ବ୍ୟଞ୍ଜନ ଦ୍ବାଦଶୀ । ଜଗନ୍ନାଥଙ୍କ ନିକଟରେ ଲାଗିଛି ୧୨୧ କିସମର ଭୋଗ । ପ୍ରଭୁଙ୍କ ନିକଟରେ ଶଂଖୁଡି ଓ ଶୁଖିଲା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ ଲାଗି ହୋଇଛି ।

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ସିଦ୍ଧ ଜଗନ୍ନାଥଙ୍କ ନିଆରା ବ୍ୟଞ୍ଜନ ଦ୍ବାଦଶୀ । ଜଗନ୍ନାଥଙ୍କ ନିକଟରେ ଲାଗିଛି ୧୨୧ କିସମର ଭୋଗ । ପ୍ରଭୁଙ୍କ ନିକଟରେ ଶଂଖୁଡି ଓ ଶୁଖିଲା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ ଲାଗି ହୋଇଛି । ପ୍ରଥା ଅନୁଯାୟୀ ପୁସ ମାସରେ ମା ଯଶୋଦା ଭଗବାନ କୃଷ୍ଣଙ୍କୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥାନ୍ତି । ଯାହାକୁ ନେଇ ୨୦୧୫ ମସିହାରୁ କେନ୍ଦୁଝରରେ ଠାକୁରଙ୍କ ନବକଳେବର ପରେ ଏହି ବ୍ୟଞ୍ଜନ ଦ୍ଵାଦଶୀ ପାଳନ କରାଯାଇଥାଏ ।

ଏହି ବ୍ୟଞ୍ଜନ ମଧ୍ୟରେ କେନ୍ଦୁଝର ପ୍ରସିଦ୍ଧ ଖେଚୁଡି , ଦଳା ଖେଚୁଡି ମାଳେଇ ଖେଚୁଡି , କପୁରକେଳି , ମୋଡା ବଡି ସହ ଆରିସା , କାକରା , ବାଟ , କନ୍ଧ କ୍ଷିରୀ , ଝିଲି , କ୍ଷୀରପୁଳୀ , ବୃନ୍ଧି ଲଡ଼ୁ , ଖସା ଲଡ଼ୁ , ନଡିଆ କୋରା , କାନିକୀ , କ୍ଷିରୀ , ପିଠା ଓ ମିଠା ଆଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏହି ବ୍ୟଞ୍ଜନ ସବୁ ସିଦ୍ଧ ଜଗନ୍ନାଥ ଙ୍କ ନିକଟରେ ଭୋଗ ହେବା ପରେ ଶହ ଶହ ଭକ୍ତ ଏହି ପ୍ରସାଦ ସେବନ କରି ଏହାର ସ୍ବାଦ ଓ ମଜ୍ଜା ନେଇଥିଲେ । ଗତକାଲି କେନ୍ଦୁଝରରେ ବ୍ୟଞ୍ଜନ ଦ୍ବାଦଶୀ ପାଳନ କରାଯାଇଥିବା ବେଳେ ଆଜି ପୁରୀ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପାଶନ କରାଯିବ ବ୍ୟଞ୍ଜନ ଦ୍ଵାଦଶି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.