ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣା: କଡା ସୁରକ୍ଷା ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରୁ ବାହାରିଲେ ଶର୍ମିଷ୍ଠା

ଭୁବନେଶ୍ବର(କେନ୍ଯୁଜ୍): ଶର୍ମିଷ୍ଠାଙ୍କୁ କ୍ରାଇମ୍‌ ସ୍ପଟକୁ ନେଲା କ୍ରାଇମ୍‌ବ୍ରାଞ୍ଚ। ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରୁ ଶର୍ମିଷ୍ଠାଙ୍କୁ ନିଆଗଲା। କଡା ସୁରକ୍ଷା ମଧ୍ୟରେ ତାଙ୍କୁ ନିଆଯାଇଛି। ତେବେ ଗାଡ଼ିରେ ଶର୍ମିଷ୍ଠାଙ୍କୁ କୁଆଡ଼େ ନେଉଛି ସ୍ପଷ୍ଟ କରିନି କ୍ରାଇମ୍‌ବ୍ରାଞ୍ଚ।

କ୍ରାଇମସ୍ପଟକୁ ନେଇ କ୍ରାଇମସିନ୍‌ ରିକିଏସନ୍‌ କରିପାରେ କ୍ରାଇମବ୍ରାଞ୍ଚ। ପ୍ରଥମ ଟିମ୍‌ ଚାନ୍ଦବାଲି ଯାଇଥିବା ଅନୁମାନ କରାଯାଉଛି। ଆଉ ଏକ ଟିମ୍‌ କିଛି ସମୟ ପରେ ଅନ୍ୟ ଅଭିଯୁକ୍ତଙ୍କୁ ନେଇ ବାହାରିବ। ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାଲିଛି ମାରାଥନ୍‌ ଜେରା। ୪ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଚତୁର୍ଥ ଦିନ। ତିନି ଦିନ ହେଲା ମର୍ଡର ମିଷ୍ଟ୍ରିରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନୂଆ ନୂଆ ସୁରାକ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.