ଅକ୍ଟୋବର ୨ ଗାନ୍ଧୀ ଜୟନ୍ତିଠାରୁ କର୍କଟ ରୋଗୀଙ୍କୁ ଜିଲ୍ଲା ସ୍ତରୀୟ ଚିକିତ୍ସା, ରାଜ୍ୟରେ ଥିବା କର୍କଟ ରୋଗୀଙ୍କୁ ଦିଆଯିବ କେମୋ ସୁବିଧା

ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତିଠାରୁ କର୍କଟ ରୋଗୀଙ୍କୁ ଜିଲ୍ଲା ସ୍ତରରେ ଚିକିତ୍ସା ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସପିଟାଲ ସମେତ ୭ଟି ଜିଲ୍ଲାରେ ଚିକିତ୍ସା କରାଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଥିବା କର୍କଟ ରୋଗୀଙ୍କୁ କେମୋ ସୁବିଧା ପାଇଁ ରାଜ୍ୟ ସରକାର ଏହି ବ୍ୟବସ୍ଥା କରିଛନ୍ତି । ଏଥିରେ ରୋଗୀଙ୍କୁ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଶର‌୍ୟ୍ୟା ସହ ଆବଶ୍ୟକ ମେଡିସିନ ଯୋଗାଇଦିଆଯିବ । କେମୋ ପରେ ଯନ୍ତ୍ରଣାରୁ ଉପଶମ ପାଇଁ ଏହି ଚିକିତ୍ସା ସୁବିଧା ଯୋଗାଇବେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସପିଟାଲ ସମେତ ବାଲେଶ୍ୱର, ବରଗଡ, କଳାହାଣ୍ଡି, କନ୍ଧମାଳ, ନୟାଗଡ, ସୁନ୍ଦରଗଡରେ ଏହି ଚିକିତ୍ସା ସୁବିଧା ଦିଆଯିବ । ୨୦୨୦-୨୧ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାକୁ ସଂପ୍ରସାରିତ ହେବ । ସେହିପରି ମୋ ସରକାର କାର‌୍ୟ୍ୟକ୍ରମ ଅନୁସାରେ ରୋଗୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସିଧାସଳଖ କଥା ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.