ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ପରିସରରେ ଆରମ୍ଭ ହେଲା ଶିଶୁ କର୍କଟ ରୋଗୀ ଆରୋଗ୍ୟ କ୍ଲବ

ହାରୁଛି କ୍ୟାନ୍ସର, ଜିତୁଛି ମଣିଷ। ଆଉ ଡରିବା ନାହିଁ କ୍ୟାନ୍ସରକୁ।। ଠିକ ସମୟରେ ଚିକିତ୍ସା ପାଇଁ ଆଗେଇ ଆସିଲେ ଆମେ କ୍ୟାନ୍ସରରୁ ସୁସ୍ଥ ହୋଇପାରିବା।

ହାରୁଛି କ୍ୟାନ୍ସର, ଜିତୁଛି ମଣିଷ। ଆଉ ଡରିବା ନାହିଁ କ୍ୟାନ୍ସରକୁ।। ଠିକ ସମୟରେ ଚିକିତ୍ସା ପାଇଁ ଆଗେଇ ଆସିଲେ ଆମେ କ୍ୟାନ୍ସରରୁ ସୁସ୍ଥ ହୋଇପାରିବା। ଏମିତି କିଛି କହୁଥିଲେ କ୍ୟାନ୍ସରରେ ଚିକିତ୍ସା ହୋଇ ସୁସ୍ଥ ହୋଇଥିବା ଛୋଟ ପିଲା ଠାରୁ ବଡ଼ ମଣିଷ ପର୍ଯ୍ୟନ୍ତ। ଆଜି କଟକ ଆଚାର୍ଯ୍ୟା ହରିହର କ୍ୟାନ୍ସର ହସ୍ପିଟାଲ ରେ ଶିଶୁ କର୍କଟ ରୋଗୀ ଆରୋଗ୍ୟ କ୍ଲବ ସ୍ଥାପନର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଓଡିଶାରେ ପ୍ରଥମ ଥର ପାଇଁ ଶିଶୁ କର୍କଟ ରୋଗୀ ଆରୋଗ୍ୟ କ୍ଲବ କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ପରିସରରେ ଆରମ୍ଭ କରାଯାଇଛି। ଯାହା ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ଛୋଟରୁ ବଡ଼ ଲୋକ ଓ ଚିକିତ୍ସିତ ହେଉଥିବା ଲୋକଙ୍କୁ ଯୋଡିବାରେ ସହାୟକ ହେବ। ଏହା ସହ ଏହି କ୍ଲବ ପରସ୍ପରକୁ ଏହି ଚିକିତ୍ସାରେ ସଫଳ ହେବା ପାଇଁ ଆତ୍ମବିଶ୍ବାସ ଯୋଗାଇବ।

ଏହି କାର୍ଯ୍ୟକ୍ରମରେ କ୍ୟାନ୍ସରକୁ ହରାଇ ପୁଣି ଜୀବନ କୁ ଖୁସିରେ କଟାଉଥିବା ପିଲାମାନେ ଓ ତାଙ୍କ ଅଭିଭାବକମାନେ ଏକାଠି ହୋଇଥିଲେ। ଏହି ଅବସରରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ପିଲାମାନେ ଏସିବି ଅଙ୍କଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡ଼ଃ ଦୀପ୍ତିରାଣୀ ସାମନ୍ତଙ୍କ ଚିକିତ୍ସାରେ ପାଇଥିବା ସେବାକୁ   ବହୁ ପ୍ରଶଂସ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାନ୍ସର ପୀଡ଼ିତଙ୍କୁ ଯୋଗାଈ ଦିଆଯାଉଥିବା ଚିକିତ୍ସା ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.