ହିଲ୍‌ ଷ୍ଟେସନ ନୁହେଁ କି ତୁଷାରପାତ…! ଗୁଜରାଟର ରାଜକୋଟରେ ସୃଷ୍ଟି ହେଲା ଶିମଲା-ମନାଲିର ଭ୍ରମ

ଗୁଜରାଟର ଅଧିକାଂଶ ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଛି। ଏହାରି ଭିତରେ ରାଜକୋଟ-ଅହମ୍ମଦାବାଦ ରାଜପଥରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ। ଏଠାରେ ହିଲ୍‌ ଷ୍ଟେସନ ପରି ରାସ୍ତା ଉପରେ ବିଛେଇ ହୋଇଯାଇଥିଲା ଧଳା ବରଫର ଚାଦର। ଏହି ଦୃଶ୍ୟ ରାଜପଥ ଦେଇ ଯାଉଥିବା ଲୋକମାନଙ୍କୁ ଆକୃଷ୍ଟ କରିଥିଲା।

ଲୋକମାନେ ଏଠାରେ ଗାଡ଼ି ଅଟକାଇ ଶିମଲା ଏବଂ ମନାଲିର ଅନୁଭବ ନେଇଥିଲେ। ରାସ୍ତାରେ ପଡ଼ିଥିବା କୁଆପଥର ସହ ବେଶ୍‌ ମଜା ଉଠାଇଥିଲେ ଲୋକେ। ରାଜକୋଟରେ ମୁଷଳଧାରାରେ ବର୍ଷା ହୋଇଥିଲା। ଏହାସହିତ କୁଆପଥର ମଧ୍ୟ ପଡ଼ିଥିଲା। ଆକାଶରୁ ବଡ଼ ବଡ଼ କୁଆପଥର ପଡ଼ିବା ପରେ ସବୁ ସ୍ଥାନରେ କୁଲୁ-ମନାଲି ଏବଂ ଶିମଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହି ସମୟରେ ରାଜକୋଟ-ଅହମ୍ମଦାବାଦ ରାଜପଥରେ ଥିବା ମାଲିୟାସନ ଗ୍ରାମ ନିକଟରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ରାଜପଥରେ ବରଫର ଚାଦର ବିଛେଇ ହୋଇଯାଇଥିଲା। ରାସ୍ତା ଦେଇ ଯାଉଥିବା ଲୋକମାନେ ରାଜପଥ ପାର୍ଶ୍ୱରେ ଗାଡ଼ି ପାର୍କିଂ କରି ବରଫର ମଜା ନେଇଥିଲେ ଏବଂ ସେଲ୍ଫି ମଧ୍ୟ ଉଠାଇଥିଲେ। କୁହାଯାଉଛି ଯେ ଏଠାରେ ପ୍ରାୟ ୨ରୁ ୩ ଇଞ୍ଚର କୁଆପଥର ବର୍ଷା ହୋଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.