ପୁରୁଣା ଭୁବନେଶ୍ୱର ସ୍ଥିତ ମହାନଗର ନିଗମ ଚିକିତ୍ସାଳୟରେ ଉପଲବ୍ଧ ହେବ କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ, ପ୍ରତ୍ୟେକ ମଙ୍ଗଳବାର ମିଳିବ ସେବା

 ଭୁବନେଶ୍ୱର(କେନ୍ୟୁଜ୍): ପୁରୁଣା ଭୁବନେଶ୍ୱର ସ୍ଥିତ ମହାନଗର ନିଗମ ଚିକିତ୍ସାଳୟରେ ଉପଲବ୍ଧ ହେବ କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ। ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଗୋଟିଏ ଦିନ ମିଳିବ ଏହି ସେବା। ବିଏମସି ଓ HCG ପଣ୍ଡା କ୍ୟାନସର ହସ୍ପିଟାଲ ମିଳିତ ସହାୟତାରେ ଏହି ସେବା ଉପଲବ୍ଧ ହେବ।

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶୁଶାନ୍ତ କୁମାର ରାଉତ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ପଣ୍ଡା କେନସର ହସ୍ପିଟାଲ ପରିଚାଳନା ନିର୍ଦେଶକ ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡାଙ୍କ ଉପସ୍ଥିତିରେ ଏହି ସେବାର ଶୁଭାରମ୍ଭ କରାଯାଇଛି। ଦିନକୁ ଦିନ ବୃଦ୍ଧି ପାଉଥିବା କର୍କଟ ରୋଗୀଙ୍କ ନିଦାନ, ଚିକିତ୍ସା ଓ ପରାମର୍ଶ ପାଇଁ ଏହି ସେବା ବେଶ ଲାଭଦାୟକ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.