ଆଗକୁ ପଞ୍ଚାୟତ ନିର୍ବାଚନ, ନାମାଙ୍କନ ପତ୍ର ଦାଖଲ ବେଳେ ସତ୍ୟପାଠରେ ସମସ୍ତ ତଥ୍ୟ ଦେବେ ପ୍ରାର୍ଥୀ

ଭୁବନେଶ୍ବର(କେନ୍ଯୁଜ୍): ଆଗକୁ ପଞ୍ଚାୟତ ନିର୍ବାଚନ। ସତ୍ୟପାଠରେ ତଥ୍ୟ ଦେବେ ପ୍ରାର୍ଥୀ। ପଞ୍ଚାୟତ ନିର୍ବାଚନ ଅଧ୍ୟାଦେଶ ନେଇ ପ୍ରକାଶ ପାଇଛି ଗେଜେଟ୍‌ ବିଜ୍ଞପ୍ତି । ଆଇନ ବିଭାଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନ ପତ୍ର ଦାଖଲ ବେଳେ ସମସ୍ତ ତଥ୍ୟ ଦେବେ ପ୍ରାର୍ଥୀ।

ପ୍ରାର୍ଥୀ ତାଙ୍କ ସମ୍ପତ୍ତି, ଶିକ୍ଷାଗତ, ଅପରାଧ ରେକର୍ଡ ତଥ୍ୟ ଦେବେ। ସତ୍ୟପାଠ ଜରିଆରେ ତଥ୍ୟ ଦାଖଲ କରିବେ ପ୍ରାର୍ଥୀ। ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଏହି ନିୟମ ଲାଗୁ ହେବ। ନାମାଙ୍କନ ଦାଖଲରେ ଭୂଲ ତଥ୍ୟ ଦେଲେ ଜରିମାନା ସହ ୬ ମାସ ଜେଲ୍‌ ଦଣ୍ଡଦାଶ ହେବ।