Below header

ରାଜଧାନୀରୁ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୭ ଜଣ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେବେକି ଆଜି ୭ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଏହାକୁ ମିଶାଇ ଏଯାବତ ସହରରେ ୧୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ମୁତାବକ ବର୍ତ୍ତମାନ ସମୟରେ ରାଜଧାନୀରେ ୮୮ ଟି ଆକ୍ଟିଭ କେଶ ଥିବା ବେଳେ ୯୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । କହିରଖିବା ଉଚିତ ହେବକି, ଏଯାବତ ସହରରେ ୩ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରି ବିହାର ଅଞ୍ଚଳର ଜଣେ ୭୩ ବର୍ଷୀୟ ପୁରୁଷ ବୋଲି ସୂଚନାରୁ ଜଣାଯାଇଛି । ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ।

ଅନ୍ୟପକ୍ଷରେ, ସୁସ୍ଥ ହୋଇଥିବାଙ୍କ ମଧ୍ୟରୁ ଜଣେ ପାତ୍ରପଡା କୃଷ୍ଣ ବିହାର ଅଞ୍ଚଳର ୪ ବର୍ଷର ବାଳକ, ନିଉ ଫରେଷ୍ଟ ପାର୍କ ଅଂଚଳର ଜଣେ ୨୯ ବର୍ଷୀୟ ଯୁବକ, ୟୁନିଟ – ୫ ଅଂଚଳର ଜଣେ ୪୭ ବର୍ଷୀୟ ବ୍ୟକ୍ତି, ଡୁମୁଡୁମା ସୁବାସ ନଗର ଅଂଚଳର ଜଣେ ୨୯ ବର୍ଷୀୟ ପୁରୁଷ ବୋଲି ଜଣାଯାଇଛି । ଅନ୍ୟ ପକ୍ଷରେ ଏମ୍ସ ହସ୍ପିଟାଲ ନିକଟବର୍ତ୍ତୀ ଅଂଚଳର ୨ଜଣ ୩୧
ବର୍ଷୀୟ ଓ ୩୨ବର୍ଷୀୟ ମହିଳା ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.