ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା, ଛଳିଆ ପାହାଡ଼ରୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧା ମୂର୍ତ୍ତି

ଲୀଳାମୟ ଠାକୁର ଓହ୍ଲାଇ ଆସିଛନ୍ତି ବଡ଼ ଦାଣ୍ଡକୁ । ବାମନ ରୂପରେ ଦର୍ଶନ ଦେଇଛନ୍ତି ଭକ୍ତଙ୍କୁ । ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ରରେ ମଧ୍ୟ ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଛି ମହାବାହୁଙ୍କ ରଥଯାତ୍ରା ।

କେନ୍ୟୁଜ୍(ବ୍ୟୁରୋ): ଲୀଳାମୟ ଠାକୁର ଓହ୍ଲାଇ ଆସିଛନ୍ତି ବଡ଼ ଦାଣ୍ଡକୁ । ରଥରେ ବାମନ ରୂପରେ ଦର୍ଶନ ଦେଇଛନ୍ତି ଭକ୍ତଙ୍କୁ । ପୁରୀ ଶ୍ରୀମନ୍ଦିର ସହ ସାରା ବିଶ୍ବରେ ଅନୁଷ୍ଠିତ ହୋଇଛି ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି । ଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ରରେ ମଧ୍ୟ ବଡ଼ ଧୁମଧାମରେ ଅନୁଷ୍ଠିତ ହୋଇଛି ମହାବାହୁଙ୍କ ରଥଯାତ୍ରା । ଛଳିଆ ପାହାଡ଼ ଶିଖରରୁ ତିନି ଦିଅଁଙ୍କୁ ପହଣ୍ଡିରେ ଅଣାଯାଇ ରଥାରୁଢ କରାଯାଇଥିଲା । ଏହାପରେ ମହାପ୍ରଭୁଙ୍କ ରଥକୁ ଟାଣିଥିଲେ ଭକ୍ତ । ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ ।

ଛଳିଆ ପାହାଡ଼ରୁ ଧିରେ ଧିରେ ଢଳି ଢଳି ଧାଡ଼ି ପହଣ୍ଡିରେ ଓହ୍ଲାଇ ଆସିଥିଲେ ଦାରୁଦିଅଁ । ଭକ୍ତ ଓ ସେବାୟତଙ୍କ ଗହଣରେ ଝୁଲି ଝୁଲି ପାହାଡ଼ ଶିଖରରୁ ତଳକୁ ଓହ୍ଲାଇଥିଲେ ଚତୁର୍ଦ୍ଧା ମୁରତି । ହରିବୋଳ, ହୁଳହୁଳି, ଘଣ୍ଟବାଦ୍ୟର ତାଳେ ତାଳେ ପ୍ରକମ୍ପିତ ହୋଇ ଉଠୁଥିଲା ଛଳିଆ କନ୍ଦର । ପ୍ରାକୃତିକ ପରିବେଶରେ ପରିବେଷ୍ଟିତ ଏହି ଅପରୂପ ଶୋଭାରାଜି ଭିତରେ ତିନି ଦିଅଁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରୁଥିଲେ ହଜାର ହଜାର ଶ୍ରଦ୍ଧାଳୁ ।

ଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇର ପାତାଳି ଶ୍ରୀକ୍ଷେତ୍ର । ଏଠି ୧୪୪ ବର୍ଷ ଧରି ମହାପ୍ରଭୁ ପାତାଳି ଲୀଳା କରିଥିଲେ । ପ୍ରତ୍ୟେକ ବର୍ଷ ଏଠାରେ ବଡ଼ ଜାକ ଜକମରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ରଥଯାତ୍ରା । ଶ୍ରୀ ମନ୍ଦିର ରୀତିନୀତି ଅନୁସାରେ ଦ୍ବାରଫିଟା, ମଙ୍ଗଳଆଳତି, ସକାଳ ଧୂପ, ନୈବେଦ୍ୟ ସହ ବେଶ ଓ ଟାହିଆ ଲାଗିପରେ ତିନି ଦିଅଁକୁ ପହଣ୍ଡିରେ ଅଣାଯାଇ ରଥାରୁଢ କରାଯାଇଥିଲା । ଏହାପରେ ଗାଁର ଗୌନ୍ତିଆ ଛେରା ପହଁରା ନୀତି କରିଥିଲେ । ପରେ ଅନୁଷ୍ଠିତ ହୋଇଥିଲା ରଥଟଣା । ରଥ ଟାଣି ଭକ୍ତ ଧନ୍ୟ ହୋଇଥିବା ବେଳେ ପଥବି ଧନ୍ୟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.