ହୃଦରୋଗ ବିଶେଷଜ୍ଞ ଡାକ୍ତର ଯଦୁନାଥ ପ୍ରସାଦ ଦାସଙ୍କ ପରଲୋକ

ହୃଦରୋଗ ବିଶେଷଜ୍ଞ ଡାକ୍ତର ଯଦୁନାଥ ପ୍ରସାଦ ଦାସଙ୍କ ପରଲୋକ। କଟକ ମହାନଦୀବିହାରସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି।

କଟକ (କେନ୍ୟୁଜ୍): ହୃଦରୋଗ ବିଶେଷଜ୍ଞ ଡାକ୍ତର ଯଦୁନାଥ ପ୍ରସାଦ ଦାସଙ୍କ ପରଲୋକ। କଟକ ମହାନଦୀବିହାରସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି। ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ପୂର୍ବାହ୍ନରେ ମରଶରୀର କଟକରୁ ପୁରୀ ନିଆଯାଇ ସେଠାରେ ଶେଷକୃତ୍ୟ କରାଯିବ। ଗତକାଲି ୯୦ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଡାକ୍ତର ଜେ.ପି ଦାସଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ହୃଦରୋଗ ବିଶେଷଜ୍ଞ ଭାବରେ ତାଙ୍କର ଖ୍ୟାତି ରହିଥିଲା ।

You might also like