Below header

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ୪୫ ମିନିଟ୍ ଧରି ଅଞ୍ଜନାଙ୍କୁ ସିବିଆଇର ପଚରାଉଚରା

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇର ପଚରାଉଚରା। ବାରଙ୍ଗ ନରଣପୁର ଗାଁରେ ବିବନର ପୈତୃକ ଘର ଉପରେ ଅଚାନକ ଚଢାଉ କରିଥିଲା ସିବିଆଇ । ବିବନର ଘରେ ଛାନଭିନ୍‌ କରି ଫେରିଛି ଟିମ୍‌ । ପ୍ରଥମେ ବଡ଼ ପୁଅ ଓ ପରେ ପତ୍ନୀଙ୍କୁ ଜେରା କରିଥିଲା ସିବିଆଇ ଅଧିକ ତଥ୍ୟ ପାଇଁ ଘର ବାହାରେ ଥିବା ସାନ ପୁଅଙ୍କୁ ବି ଡକାଯାଇ ପଚରାଉଚରା କରାଯାଇଥିଲା । ବିବନ କେମିତି ପରିବାର ଲୋକଙ୍କ ସହ ସମ୍ପର୍କରେ ଥିଲା ? କେତେ ଥର ଘରକୁ ଆସିଥିଲା ? ପରିବାର ଲୋକଙ୍କ ପାଖକୁ କେମିତି ଟଙ୍କା ପଠାଉଥିଲା ?

ସେହିପରି ଗତକାଲି ଅଞ୍ଜନା ମିଶ୍ରଙ୍କ ଘରେ ସିବିଆଇର ଦୁଇଜଣିଆ ଟିମ୍‌ ପଚରାଉଚରା କରିଥିଲା । ୪୫ ମିନିଟ ଧରି ଅଞ୍ଜନାଙ୍କୁ ଘଟଣା ସଂପର୍କରେ ସିବିଆଇ ଟିମ୍‌ ପଚରାଉଚରା କରିଥିବା ଜଣାପଡ଼ିଛି। ଘଟଣା ଦିନ ସଂପର୍କରେ ଅଞ୍ଜନା ତଦନ୍ତକାରୀ ଟିମ୍‌କୁ କିଛି ତଥ୍ୟ ଦେଇଥିବା ମଧ୍ୟ ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହେବା ପରେ ପୁଣି ଥରେ ତଦନ୍ତ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.