Below header

କଟକ ବ୍ୟାଙ୍କ୍‌ ଅଫ ବରୋଦାରୁ ଠକେଇ: ୨୦କୋଟି ୯୯ ଲକ୍ଷରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ୮ ଅଭିଯୁକ୍ତଙ୍କ ନାଁରେ ମାମଲା କଲା ସିବିଆଇ

କେନ୍ୟୁଜ୍(ବ୍ୟୁରୋ):  ପୁଣି ଏକ ବଡ଼ ଧରଣର ବ୍ୟାଙ୍କ ଠକେଇ । ବ୍ୟାଙ୍କ୍‌ ଅଫ ବରୋଦାରୁ ୨୦କୋଟି ୯୯ ଲକ୍ଷରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ୮ ଅଭିଯୁକ୍ତଙ୍କ ନାଁରେ ମାମଲା କରିଛି ସିବିଆଇ । ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ।

ଆଜି ରେଡ୍‌ କରିଛି ସିବିଆଇ । ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ୩ଟି ଘରୋଇ କମ୍ପାନୀ, ଫାର୍ମ ଓ ପାର୍ଟନର । ୨୦୧୧-୨୦୧୭ ଭିତରେ ଏହି ଠକେଇ ହୋଇଛି । ଏନେଇ ବ୍ୟାଙ୍କ ଅଫ୍‌ ବରୋଦା କଟକ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା । ମୋଟ୍‌ ୨୦ କୋଟି ୯୯ଲକ୍ଷ ୨୬ହଜାର ୮୫୯ ଟଙ୍କା ଠକେଇ ହୋଇଛି । ଏହି ଅଭିଯୋଗରେ ଆଜି ଚଢ଼ାଉ କରିଛି ସିବିଆଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.