JEE ପରୀକ୍ଷା ପରିଚାଳନା ବିଭ୍ରାଟ ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

JEE ପରୀକ୍ଷା ପରିଚାଳନା ବିଭ୍ରାଟ ମାମଲାରେ ମାର୍କସିଟ ଘୋଟାଲାର ତଦନ୍ତ କରିବ ସିବିଆଇ। ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ। ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କଟକ (କେନ୍ୟୁଜ):  JEE ପରୀକ୍ଷା ପରିଚାଳନା ବିଭ୍ରାଟ ମାମଲାରେ ମାର୍କସିଟ ଘୋଟାଲାର ତଦନ୍ତ କରିବ ସିବିଆଇ। ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ। ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ ପକ୍ଷରୁ ଏନେଇ ଏକ ମାମଲା ଦାଖଲ କରାଯାଇଥିଲା । ମାର୍କସିଟ ଓ ରାଙ୍କ ପ୍ରଦାନରେ ବ୍ୟାପକ ଘୋଟଲା ହୋଇଥିବା ଅଂଶୁମାନ ଅଭିଯୋଗ କରିଥିଲେ। ଏହି ମାମଲା ପରିଚାଳନା କରୁଥିଲେ ଆଇନଜୀବୀ ଅକ୍ଷୟ ପାଣ୍ଡେ ।

ସୂଚନା ଅନୁଯାୟୀ ଓଡ଼ିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ ପକ୍ଷରୁ ଦାୟର ହୋଇଥିଲା ମାମଲା । ମାର୍କସିଟ ଓ ରାଙ୍କ ପ୍ରଦାନରେ ବ୍ୟାପକ ଘୋଟଲା ହୋଇଥିବାର ଥିଲା ଅଭିଯୋଗ ୨୦୨୨ ଜେଇଇ ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ସତ୍ତ୍ୱେ ମିଳିଲା ନାହିଁ ରାଉଲକେଲା ଏନଆଇଟିରେ ଆଡ଼ମିଶନ । ନକଲି ମାର୍କସିଟ୍ ଦର୍ଶାଇ ଛାତ୍ରଙ୍କୁ ଆଡ଼ମିଶନରୁ ବଞ୍ଚିତ କରାଯାଇଥିଲା ।

ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଛାତ୍ର ଅଂଶୁମାନ କାନୁନଗୋ। ଆବେଦନକାରୀ ଛାତ୍ର ମାମଲାରେ ୟୁନିୟନ୍ ଅଫ୍ ଇଣ୍ଡିଆ ଜେଇଇ କର୍ତ୍ତୃପକ୍ଷଙ୍କ ସହ ୫ ଜଣଙ୍କୁ କରିଥିଲେ ପକ୍ଷଭୁକ୍ତ । ଏବେ ଆବେଦନର ଶୁଣାଣି କରି ରାୟ ଶୁଣାଇଛନ୍ତି ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.