ଆଜିଠୁ CBSE ଦଶମ ଓ ଦ୍ଵାଦଶ ବୋର୍ଡ ଟର୍ମ-୨ ପରୀକ୍ଷା, ସଭିଏଁ ମାନିବେ କୋଭିଡ କଟକଣା

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଆରମ୍ଭ ହେଉଛି CBSE ଦଶମ ଓ ଦ୍ଵାଦଶ ବୋର୍ଡ ଟର୍ମ-୨ ପରୀକ୍ଷା। ଦିନ ୧୦ଟା ୩୦ରେ ପରୀକ୍ଷା ଦେବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। ୧୨ଟା ୩୦ରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବେ। ସମସ୍ତ ପରୀକ୍ଷା କୋଭିଡ କଟକଣା ଭିତରେ ହେବ ।

ଚଳିତ ବର୍ଷ ଓଡିଶାରେ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଓ ୩ ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷାର୍ଥୀ ଯୁକ୍ତ ୨ ପରୀକ୍ଷା ଦେବେ। ମେ ୨୪ରେ ଦଶମ ଓ ଜୁନ୍‌ ୧୫ରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.