ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦିବ୍ୟାଙ୍ଗମାନଙ୍କ ଚିକିତ୍ସା ଏବଂ କୃତିମ୍ ଅଙ୍ଗ ଯୋଗାଣ କେନ୍ଦ୍ର

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦିବ୍ୟାଙ୍ଗ ମାନଙ୍କ ଚିକିତ୍ସା ଏବଂ କୃତିମ୍ ଅଙ୍ଗ ଯୋଗାଣ କେନ୍ଦ୍ର। ଆଜି କିଟ୍ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କୋଲକାତା ଠାରେ Rehabilitation and Research center ମହାବୀର ସେବା ସଦନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଦିବ୍ୟାଙ୍ଗ ମାନଙ୍କ ଚିକିତ୍ସା ଏବଂ କୃତିମ୍ ଅଙ୍ଗ ଯୋଗାଣ କେନ୍ଦ୍ର। ଆଜି କିଟ୍ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କୋଲକାତା ଠାରେ Rehabilitation and Research center ମହାବୀର ସେବା ସଦନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଯାହାଦ୍ୱାରା ୧୦ ହଜାର ଦିବ୍ୟାଙ୍ଗଙ୍କୁ ବିଶେଷ ସୁଯୋଗ ଯୋଗାଇ ଦେବାକୁ ସଂସ୍ଥା ପ୍ରତିଷ୍ଠା କରାଯିବ। ପ୍ରତିଷ୍ଠାନର ଅଧ୍ୟକ୍ଷ ଜେ.ଏସ ମେହେଟ୍ଟାଙ୍କ ସହ ଆଲୋଚନା ସମୟରେ ଡକ୍ଟର ସାମନ୍ତ କହିଥିଲେ ଯେ, ଭୁବନେଶ୍ୱରରେ ଏହି ସଂସ୍ଥା ପ୍ରତିଷ୍ଠା ପାଇଁ କିଟ୍ ଓ କିସ୍ ସମସ୍ତ ପ୍ରକାର ସହଯୋଗ କରିବ।

ଡକ୍ଟର ସାମନ୍ତଙ୍କ ସହ ମହାବୀର ସେବା ସଦନର ଅନ୍ୟାନ୍ୟ କର୍ମକର୍ତ୍ତା ଏହି ବିଷୟରେ ବିଶଦ ଆଲୋଚନା କରିଥିଲେ। ପରେ ଡକ୍ଟର ସାମନ୍ତ ଗଣମାଧ୍ୟମକୁ କହିଥିଲେ ଯେ, ଦିବ୍ୟାଙ୍ଗମାନେ ସମାଜର ଅବିଛେଦ ଅଂଶ। ତେଣୁ ସେମାନଙ୍କ ପାଇଁ ଚିକିତ୍ସା ଓ କୃତିମ୍ ଅଙ୍ଗ ଯୋଗାଇ ଦେବା ଏକ ଗୁରୁ ଦାୟିତ୍ଵ। ଏକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଆଗ୍ରହୀବୋଲି କହିଥିଲେ ଡକ୍ଟର ସାମନ୍ତ। ଏହି ଅବସରରେ ଡକ୍ଟର ସାମନ୍ତଙ୍କୁ ମହାବୀର ସେବା ସଦନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଖୁବ୍ ଶୀଘ୍ର ମହାବୀର ସେବା ପ୍ରତିଷ୍ଠାନର ଏକ ପ୍ରତିନିଧି ଦଳ ଭୁବନେଶ୍ବର ଆସି ଚୁକ୍ତି ସ୍ବାକ୍ଷର କରିବେ ବୋଲି ଜଣାପଡିଛି। କୃତିମ୍ ଅଙ୍ଗ ନିର୍ମାଣ ଓ ଦିବ୍ୟାଙ୍ଗଙ୍କ ଚିକିତ୍ସା ପ୍ରତିଷ୍ଠାନକୁ ଡକ୍ଟର ସାମନ୍ତ ପରିଦର୍ଶନ କରିଥିଲେ।

You might also like