Below header

କନ୍ଧମାଳରେ ମାଓ ଗତିବିଧି ଉପରେ ତୀକ୍ଷଣ ନଜର ରଖାଯିବା ସହ ଆଡ୍ଡାକୁ ଧ୍ୱଂସ କରାଯିବ : କେନ୍ଦ୍ରୀୟ ସିଆରପିଏଫ୍‌ ଡିଜି ଡକ୍ଟର ଏସ୍‌ପି ମହେଶ୍ୱରୀ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରୀୟ ସିଆରପିଏଫ୍‌ ଡିଜି ଡକ୍ଟର ଏସ୍‌ପି ମହେଶ୍ୱରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ । ପ୍ରଥମେ ହେଲିକପ୍ଟର ଯୋଗେ ବେଲଘର ସ୍ଥିତ ହାଇସ୍କୁଲ ପଡିଆରେ ଅବତରଣ କରିବା ପରେ କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ଓ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଜି.କୁମାର ତାଙ୍କୁ ସ୍ୱାଗତ କରିଥିଲେ । ବେଲଘରଠାରେ ଥିବା ସିଆରପିଏଫ୍‌ କେନ୍ଦ୍ର ପରିଦର୍ଶନ କରିଥିଲେ। କନ୍ଧମାଳରେ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖାଯିବା ସହ ସେମାନଙ୍କ ଆଡ୍ଡାକୁ ଧ୍ୱଂସ କରାଯିବ ବୋଲି କହିଥିଲେ। ଆଗାମୀ ଦିନରେ ମାଓ ସମସ୍ୟା ଉପରେ ଉଭୟ ପୋଲିସ ଓ ସିଆର୍‌ପିଏଫ୍‌ ମିଳିତ ଭାବେ କିପରି ମୁକାବିଲା କରିବେ ବୋଲି ଉଚ୍ଚ ପଦାଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ସିଆର୍‌ପିଏଫ୍‌ ଡିଜିଙ୍କ ଦିନିକିଆ କନ୍ଧମାଳ ଗସ୍ତରେ ଅତିରିକ୍ତ ମହା ନିର୍ଦ୍ଦେଶକ ସତ୍ୟଜିତ୍‌ ମହାନ୍ତି, ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ପ୍ରମୁଖ ଆସିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.