Below header

ନାଗସାପକୁ ଘର ଭିତରକୁ ପଶିବାକୁ ଦେଲେନାହିଁ ଦୁଇ ପୋଷା କୁକୁର, ଝୁଣି ଝୁଣି ନେଇଗଲେ ଜୀବନ

ମଣିଷ ଓ କୁକୁରର ବନ୍ଧୁତ୍ୱର ଉଦାହରଣ ଆପଣ ବହୁତ ଶୁଣିଥିବେ । କୁହାଯାଏ କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ । ବେଳ ପଡ଼ିଲେ ସେ ମାଲିକ ପାଇଁ ଜୀବନ ହାରିବାକୁ ମଧ୍ୟ ପଛାଇ ନଥାଏ । ଏହାର ଜ୍ୱଳନ୍ତ ଉଦାହରଣ ମଧ୍ୟ ବହୁତ ଦେଖିବାକୁ ମିଳିଛି । ତେବେ ଠିକ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜଟଣୀ ଥାନା ଅନ୍ତର୍ଗତ କୁଦିଆରୀ ଗ୍ରାମରେ । ଏଠାରେ ମାଲିକଙ୍କୁ ରକ୍ଷା କରିବାକୁ ଯାଇ ଦୁଇ ପୋଷା କୁକୁର ଘର ଭିତରକୁ ପଶି ଆସୁଥିବା ଏକ ନାଗ ସାପକୁ ଝୁଣି ମାରି ଦେଇଛନ୍ତି ।

ସୂଚନା ଅନୁଯାୟୀ କୁଦିଆରୀ ଗ୍ରାମର ସରୋଜ କୁମାର ସ୍ୱାଇଁ ଦୁଇଟି କୁକୁର ପାଳିଥିଲେ । ଆଜି କୁକୁର ଦୁଇଟି ଘର ବାହାରେ ବୁଲୁଥିବା ସମୟରେ ଏକ ବଡ଼ ନାଗସାପ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିଲା । ତେବେ ଦୁଇ କୁକୁର ମିଶି ସାପଟିକୁ ଘର ଭିତରକୁ ପୂରାଇ ଦେଇ ନଥିଲେ ଏବଂ ତା’ ଉପରକୁ ଝାମ୍ପି ପଡ଼ିଥିଲେ । ନାଗ ସେମାନଙ୍କୁ ଦଂଶନ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଅତି ଚତୁରତାର ସହ ଦୁଇ କୁକୁର ନାଗକୁ ଝୁଣି ଝୁଣି ମାରି ଦେଇଥିଲେ । ଏକ ନିଶ୍ଚିତ ବିପଦରୁ ମାଲିକଙ୍କ ପରିବାରକୁ ରକ୍ଷା କରିଥିଲେ ଏହି ଦୁଇ ପୋଷା କୁକୁର । ତେବେ ଏହି ଘଟଣା ଆଜି ଜଟଣୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.