କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର : ବାଲ୍ ପୁରସ୍କାର ପାଇବେ ବୀରେନ୍ଦ୍ର ମହାନ୍ତି

୨୦୧୮ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ଓ ବାଲ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଭାଷାରେ ଯୁବ ପୁରସ୍କାର ପାଇଁ କବି ଜୟଦ୍ରଥ ସୁନା ଓ ବାଲ ପୁରସ୍କାର ପାଇଁ ବିଶିଷ୍ଟ ଶିଶୁ ସାହିତ୍ୟିକ ବିରେନ୍ଦ୍ର ମହାନ୍ତି ମନୋନିତ ହୋଇଛନ୍ତି । ଏଥର ସଂସ୍କୃତ ଭାଷାରେ ମଧ୍ୟ ଓଡ଼ିଶାର ଲେଖକ ସଂପଦାନନ୍ଦ ମିଶ୍ର ବାଲ ପୁରସ୍କାର ପାଇବେ । ଓଡ଼ିଆ କବିତା ସଂକଳନ ଶୋଷ ପାଇଁ ଜୟଦ୍ରଥ ସୁନା ଯୁବ ପୁରସ୍କାର ପାଇବେ। ସେହିପରି ଶିଶୁ କବିତା ସଂକଳନ ରୁମକୁଝୁମା ପାଇଁ ବୀରେନ୍ଦ୍ର ମହାନ୍ତି ବାଲ ସାହିତ୍ୟ ପୁରସ୍କାର ପାଇବେ । ପୁରସ୍କାର ଘୋଷଣା ପରେ କଳିଙ୍ଗ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.