ଭଦ୍ରକ ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଚନ୍ଦନଯାତ୍ରା ପର୍ବ ଆରମ୍ଭ

ଚାନ୍ଦବାଲି: ଭଦ୍ରକ ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହୋଇଛି ଚନ୍ଦନଯାତ୍ରା ପର୍ବ । ଅକ୍ଷୟ ତୃତୀୟାଠାରୁ ଯାତ୍ରା ଆରମ୍ଭ ହୋଇ ୨୧ ଦିନ ଧରି ଚାଲିବ । ମହାମାରୀ କଟକଣା ଯୋଗୁ ଚଳିତବର୍ଷ ଶିବଗଙ୍ଗା ପୁଷ୍କରିଣୀରେ ବାବାଙ୍କ ଚାପଡଙ୍ଗା ଖେଳାଯାଇନାହିଁ । କେବଳ ମନ୍ଦିର ବେଢ଼ାରେ ସମ୍ପନ୍ନ ହୋଇଛି ରୀତିିନୀତି ।

sivaଚନ୍ଦନଯାତ୍ରା ପାଇଁ ବାବା ଆଖଣ୍ଡଳମଣୀଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ମୂର୍ତ୍ତିକୁ ପାଳିଆ ସେବକ ମହାସ୍ନାନ କରିବା ପରେ ସୁସଜ୍ଜିତ କରାଯାଇଥିଲା । ପରେ ଚନ୍ଦ୍ରଶେଖରଙ୍କ ପାଖରେ ପୂଜା, ହୋମ ହେବା ପରେ ନୀତି ଭୋଗ ଲାଗି ହୋଇଥିଲା । ଲକଡାଉନ କଟକଣା ଯୋଗୁ ବାବାଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଭକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.