Below header

ନୟାଗଡ଼: ଗିରଫ ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ପରେ କ୍ବାରେଣ୍ଟାଇନରେ ଗଲେ ଚାନ୍ଦପୁର ଥାନାର ସମସ୍ତ କର୍ମଚାରୀ

ଟାଙ୍ଗୀ(କେନ୍ୟୁଜ୍):  ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଚାନ୍ଦପୁର ଥାନା କର୍ମଚାରୀ ଜଣେ ଅଭିଯୁକ୍ତକୁ  ଗିରଫ କରି ଥାନାକୁ ଆଣିଥିଲେ । ସରକାରୀ ନିୟମ ଅନୁଯାୟୀ  ଅଭିଯୁକ୍ତର କରନା ଟେଷ୍ଟ କରାଯାଇଥିଲା । ଆଜି ତା ଟେଷ୍ଟ ରେପୋର୍ଟ  ପଜିଟିଭ ଆସିଛି । ତେଣୁ ଅଭିଯୁକ୍ତର ସଂସ୍ପର୍ଶରେ ଆସିଥିବା ଥାନାର ୭ ଜଣ କର୍ମଚାରୀଙ୍କୁ  ସଙ୍ଗରୋଧକୁ ପଠାଇଦିଆଯାଇଛି ।

chandpur iic

ଥାନାର ସମସ୍ତ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ।ଏଣୁ ଅତି ଆବଶ୍ୟକତା ନଥିଲେ  ଥାନାକୁ ନାସିବାକୁ ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଅଭିଯୁକ୍ତ ଜଣକ ପିଜେଟିଭି ଚିହ୍ନଟ ପରେ ଆଜି ତୁରନ୍ତ ଚାନ୍ଦପୁର ଥାନାକୁ ବିଶୋଧନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.