ମୋଦିଙ୍କ ସହ ମିଟିଂର କଥାବାର୍ତ୍ତାକୁ ଲୁଚି ଲୁଚି ରେକର୍ଡ କରୁଥିଲେ ଅରବିନ୍ଦ କେଜରିଓ୍ଵାଲ, ଧରାପଡ଼ିବା ପରେ ହାତ ଯୋଡ଼ି ମାଗିଲେ କ୍ଷମା

ଆଜି କୋଭିଡ୍‌ ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ଅବସରରେ ଅଧିକ ସଂକ୍ରମଣ ବଢ଼ୁଥିବା ୧୦ ରାଜ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ମହାରାଷ୍ଟ୍ର, କେରଳ, ଦିଲ୍ଲୀ, ଉତ୍ତର ପ୍ରଦେଶ ପ୍ରମୁଖ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଥିଲେ। କିନ୍ତୁ ଏହି ବୈଠକ ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ବ୍ୟବହାରରେ ପ୍ରଧାନମନ୍ତ୍ରୀ ନାରାଜ ହୋଇଛନ୍ତି। ଏଣୁ ମିଟିଂ ବେଳେ ସେ କେଜରିଓ୍ଵାଲଙ୍କ ପାଇଁ କଡ଼ା ଶବ୍ଦ ବ୍ୟବହାର କରିଛନ୍ତି।

ମୋଦି କହିଥିଲେ, ଆପଣ ମିଟିଂ ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋଟୋକଲ ଭାଙ୍ଗିଛନ୍ତି। ଏଭଳି ବ୍ୟକ୍ତିଗତ ଆଲୋଚନାର ପ୍ରଚାର ପ୍ରସାର କରାଯାଏ ନାହିଁ। ମୋଦିଙ୍କ ରାଗ ଦେଖି କେଜରିଓ୍ଵାଲ ହାତ ଯୋଡ଼ି ଥିବା ଦେଖିବାକୁ ମିଳିଛି। କେଜରିଓ୍ଵାଲ କିଛି କହିବାକୁ ଉଦ୍ୟତ ହେବା ବେଳେ ମୋଦି ତାଙ୍କ କଥାକୁ କାଟି କହିଥିଲେ- ଏହା ଆମର ଯେଉଁ ପରମ୍ପରା ରହିଛି, ଯେଉଁ ପ୍ରୋଟୋକଲ ରହିଛି, ଆପଣ ତାହା ବିରୁଦ୍ଧ କାମ କରୁଛନ୍ତି। କୌଣସି ମୁଖ୍ୟମନ୍ତ୍ରୀ ଏଭଳି ଇନ୍‌ ହାଉସ୍‌ ମିଟିଂକୁ ଟେଲିକାଷ୍ଟ କରିବା ଅନୁଚିତ। ଆମେ ସବୁବେଳେ ସଂଯମତା ରକ୍ଷା କରିବା ଉଚିତ୍‌।

ଏହାର ଉତ୍ତରରେ କେଜରିଓ୍ଵାଲ କହିଥିଲେ- ଠିକ୍‌ ଅଛି ସାର। ଆଗକୁ ଏସବୁ ବିଷୟ ପ୍ରତି ଧ୍ୟାନ ଦେବୁ। ଯଦି ମୋ ତରଫରୁ କୌଣସି ଭୁଲ ହୋଇଯାଇଛି କିମ୍ବା ମୁଁ କିଛି କଡ଼ା ଭାଷା କହିଛି କିମ୍ବା ମୋ ଆଚରଣରେ କୌଣସି ତ୍ରୁଟି ରହିଛି ତେବେ ମୋତେ କ୍ଷମା କରି ଦିଅନ୍ତୁ।

ସୂଚନାଯୋଗ୍ୟ ଯେ କେଜରିଓ୍ଵାଲ ମିଟିଂ ବେଳେ ଲୁଚି ଲୁଚି ନିଜ କଥାକୁ ରେକର୍ଡ କରୁଥିଲେ। ସେ ଭାବୁଥିଲେ ମୋଦି ଏ ବିଷୟରେ ଜାଣିପାରିବେ ନାହିଁ। କିନ୍ତୁ ମୋଦି ତାଙ୍କ ଚାଲାକି ଧରି ପକାଇଥିଲେ। ଫଳରେ କେଜରିଓ୍ଵାଲ ତଟସ୍ଥ ହୋଇଯାଇଥିଲେ। ସେ ହାତ ଯୋଡ଼ି ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଛନ୍ତି।

ପ୍ରକାଶ ଯେ କେଜରିଓ୍ଵାଲ ଉକ୍ତ କଥାକୁ ରେକର୍ଡ କରିବା ସହ ଲିକ୍‌ ବି କରିଛନ୍ତି। ଫଳରେ ବିଜେପି ତରଫରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.