ଖତ ଖାଉଛି ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର, ୨୨୧ଟି ସ୍କୁଲରେ ବନ୍ଦ ହୋଇଗଲାଣି ପିଲାଙ୍କ କମ୍ପ୍ୟୁଟର ଶିକ୍ଷା

କେନ୍ଦୁଝର( କେନ୍ୟୁଜ): ବିଦ୍ୟାଳୟରେ ବନ୍ଦ ହୋଇଗଲାଣି କମ୍ପ୍ୟୁଟର ଶିକ୍ଷା । ବ୍ୟାଘାତ ହୋଇଛି ପିଲାଙ୍କ କମ୍ପ୍ୟୁଟର ପାଠ୍ୟକ୍ରମ । ସ୍କୁଲ ଗୁଡିକରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଅବଧି ସରିବା ପରେ ଏବେ ଏକ ପ୍ରକାର ବନ୍ଦ ହୋଇପଡିଛି କମ୍ପ୍ୟୁଟର ଶିକ୍ଷା । ଯାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ।

COMPUTER-2

ବନ୍ଦ କୋଠରୀ ଭିତରେ ନଷ୍ଟ ହେବାକୁ ବସିଲାଣି ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର । ବ୍ୟବହାର ନହୋଇ ପଡିଛି କମ୍ପ୍ୟୁଟର ଉପକରଣ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଏବେ ଖତ ଖାଉଛି । ଏ ହେଉଛି କେନ୍ଦୁଝର ଜିଲ୍ଲା ବିଭିନ୍ନ ବ୍ଲକରେ ଥିବା ସ୍କୁଲ ଗୁଡିକର ଅବସ୍ଥା । ସ୍କୁଲରେ କମ୍ପ୍ୟୁଟର ଶିକ୍ଷକ ନଥିବାରୁ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ।କେନ୍ଦୁଝର ଜିଲ୍ଲାରେ ୨୨୧ଟି ବିଦ୍ୟାଳୟକୁ ୧୦ଟି ଲେଖାଏ କମ୍ପ୍ୟୁଟର ଯୋଗାଇ ଦିଆଯାଇଥିଲା । ହେଲେ ଆବଶ୍ୟକ ଶିକ୍ଷକଙ୍କ ଅଭାବରୁ ଏସବୁ ଏବେ କାମରେ ଆସୁନି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି । ସେ ଗଟଣା ସ୍ୱୀକାର କରିବା ସହ ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.