୪ ଦିନିଆ ରିମାଣ୍ଡରେ ଗଲେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର

ଭୁବନେଶ୍ବର(କେନ୍ୟୁଜ୍):  ୪ ଦିନିଆ ରିମାଣ୍ଡରେ ଗଲେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର । ତଙ୍କସହ ଶିଶିର କୁମାର ଦାସ ଓ ସଂଖସୁଭ ମିତ୍ରଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଆସନ୍ତା ୧୦ ତାରିଖ ଅପରାହ୍ନରେ ସେମାନଙ୍କ ବେଲ୍ ଆବେଦନର ଶୁଣାଣି ହେବ । କୋର୍ଟରେ ଶୁଣାଣି ପରେ ୩ ଜଣଙ୍କୁ ସିବିଆଇ ରିମାଣ୍ଡରେ ନେଇଛି । ତେବେ କୋର୍ଟରୁ ବାହାରିବା ପରେ ସେମାନେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ପୂର୍ବରୁ ସରୋଜ ଦାସ, ସୂର୍ଯ୍ୟ ନାରାୟଣ ସାହୁ, ସୁମନ୍ତ ରାଉତ ଏହି ତିନି ଜଣଙ୍କୁ ରିମାଣ୍ଡରେ ଆଣିଥିଲା ସିବିଆଇ । ମହିମା ମିଶ୍ରଙ୍କ ଓକିଲ ଜୟଦିପ ପାଲ କହିଛନ୍ତି ମହିମା ଓ ତାଙ୍କ ପୁଅ ଚନ୍ଦନ ପୁରା ସହ ଯୋଗ କରୁଛନ୍ତି। ଚର୍ଚ୍ଚିତଙ୍କୁ ଗିରଫ କରାଯାଇଛି। ତାଙ୍କ ଜାମିନ ଆବେଦନ ହୋଇଛି। ୧୦ ରେ ଶୁଣାଣି ଅଛି। ତାଙ୍କୁ ଅଯଥାରେ ହଇରାଣ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.