ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଯୋରଦାର ଚାଲିଛି ରଥ ନିର୍ମାଣ କାମ, ଅନୁକୂଳ ପରେ ଚକରେ ଲାଗିଛି ପନ୍ଦାରୀ ଓ ବଳା

ପୁରୀ : ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଜୋର ଧରିଛି । ରଥର ନାହାକା ଚକ ପ୍ରସ୍ତୁତ । ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି । ଏଥିସହ ପଇରେ ବିନ୍ଧ କାମ ଚାଲିଛି।

ଭୋଇସେବକ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପଇକୁ ସଂଯୋଗ କରୁଛନ୍ତି । ଯନ୍ତାପଟାରେ ପଡି ତୁମ୍ବ ସହ ଅର ସଂଯୋଗ ବା ସିଙ୍ଗଡ଼ାବାଡ଼ି ହୋଇ ପଇକୁ ବିନ୍ଧ ପରେ ଖୁସିଅର ଲାଗୁଛି । ପରେ କଳସା କରାଯାଇ ପଇକୁ ବାନ୍ଧେଣୀ କରି ଚକ ପ୍ରସ୍ତୁତ ହେଉଛି । ରଥଖଳାରେ ଚିରଟ ହୋଇ ଜଳଯନ୍ତ୍ର ଓ ଗୁଜ କାଠ ପହଞ୍ଚିଛି । ରଥ ନିର୍ମାଣରେ ୧୬୬ ଜଣ ସେବକ ଲାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.