ଆଜି ବସିବ ଶ୍ରୀମନ୍ଦିରର ନୀତି ସବକମିଟି ବୈଠକ ଓ ଛତିଶା ନିଯୋଗ ବୈଠକ

ପୁରୀ (କେନ୍ୟୁଜ୍) : ଆଜି ବସିବ ଶ୍ରୀମନ୍ଦିରର ନୀତି ସବକମିଟି ବୈଠକ ଓ ଛତିଶା ନିଯୋଗ ବୈଠକ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କରୋନା ସଂକ୍ରମଣ ଜନିତ ରୋଗର ପ୍ରତିଷେଧକ ଓ ନିରାକରଣ ସମ୍ପର୍କରେ ଆଲୋଚନା ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ବସିବ। ଏଥିରେ ଛତିଶା ନିଯୋଗର ସମସ୍ତ ସଦସ୍ୟ ଯୋଗଦେବେ। ପ୍ରଥମେ ପୂର୍ବାହ୍ନ ୧୧ଟାରେ ଛତିଶା ନିଯୋଗ ଏବଂ ମଧ୍ୟାହ୍ନ ୧୨ଟାରେ ନୀତି ସବ୍‌କମିଟି ବୈଠକ ବସିବ। ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ଏବଂ ମହାପ୍ରଭୂଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଲାଗି କେତେକ କଟକଣା ବୈଠକରେ ଚୂଡାନ୍ତ ହୋଇପାରେ।

Leave A Reply

Your email address will not be published.