ଆସନ୍ତା ୨୬ରେ ଚେନ୍ନାଇରେ ହେବ ମେକ୍ ଇନ୍ ଓଡ଼ିଶା ରୋଡ଼୍ ସୋ

ଭୁବନେଶ୍ବର (କେନ୍ଯୁଜ୍) : ଆସନ୍ତା ୨୬ରେ ଚେନ୍ନାଇରେ ହେବ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ରୋଡ୍‌ ସୋ’ । ଏଥିରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମେକ ଇନ୍‌ ଓଡ଼ିଶା ପାଇଁ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ପ୍ରତ୍ୟେକ ବିଭାଗ ନିଜ ନିଜ ପ୍ରସ୍ତୁତି ବିଷୟରେ କହିଥିଲେ । ଫିକି ମଧ୍ୟ ତାହାର ପ୍ରସ୍ତୁତି ବିଷୟରେ ଜଣାଇଥିଲା।

ଇଣ୍ଡଷ୍ଟ୍ରି ମାନଙ୍କୁ ପୁଞ୍ଜି ନିବେଶ ପାଇଁ ଏହି ରୋଡ୍‌ ସୋ’ କରାଯାଉଛି । ଜାପାନ ଏହାର କଣ୍ଟ୍ରି ପାର୍ଟନର ହେବ । ମେକ୍‌ ଇନ୍‌ ଓଡ଼ିଶାରେ ପାଖାପାଖି ୨ ଲକ୍ଷ କୋଟି ପୁଞ୍ଜିନିବେଶ ସମ୍ଭାବନା ରହିଛି । ବୈଠକ ଫିକିର ପ୍ରତିନିଧିଙ୍କ ସହ ସମସ୍ତ ବିଭାଗର ପ୍ରତିନିଧି ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.