Below header

ରେଙ୍ଗାଳିରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରର ରେଙ୍ଗାଳିରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁଦପାଲି ଠାରେ ସ୍ୱାଧୀନତା ସଂଗ୍ରାମୀ ସହିଦ ଛବିଳ ସାଏଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଉଭୟ ଯୋଗଦେଇଛନ୍ତି।

ସମ୍ବଲପୁରର ରେଙ୍ଗାଳିରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁଦପାଲି ଠାରେ ସ୍ୱାଧୀନତା ସଂଗ୍ରାମୀ ସହିଦ ଛବିଳ ସାଏଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଉଭୟ ଯୋଗଦେଇଛନ୍ତି। ଛବିଳ ସାଏଙ୍କ ୧୬୬ତମ ବଳିଦାନ ଦିବସରେ ଯୋଗ ଦେଇ ଏହି ଗାଁର ନାଁ ଇତିହାସର ସ୍ଵର୍ଣାକ୍ଷରରେ ଲେଖା ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

କୁଦପାଲିର ଏହି ଅଞ୍ଚଳର କଥା ଭାରତ ଶିକ୍ଷା ବିଭାଗରେ ଗବେଷଣା ମୂଳକ ପୁସ୍ତକରେ ସାମିଲ କରାଯିବ ବୋଲି ସେ କହିଛନ୍ତି। ବୀରମାନଙ୍କ ଗାଥା ଯଦି ଇତିହାସରେ ରୁହେ ତାହେଲେ ଏ ଅଞ୍ଚଳ ମଧ୍ୟ ଗୌରଵାନ୍ବିତ ହେବ । ଦେଶର ସ୍ବାଧାନତାରେ ଓଡିଶା ତଥା ସମ୍ବଲପୁର ଜିଲ୍ଲାର ବହୁ ଅବଦାନ ରହିଛି । ସମ୍ବଲପୁର ଏକ ସଂଗ୍ରାମୀ ମାଟି। ଏଣୁ ସମସ୍ତେ ଏମାଟିକୁ ସମ୍ମାନ ଦିଅନ୍ତୁ ବୋଲି ଛତିଶଗଡ ରାଜ୍ୟପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.