ବନ୍ୟା ପିଡୀତଙ୍କ ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବନ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ୩୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କ୍ଷତିଗ୍ରସ୍ତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା । ୩୩%ରୁ ଅଧିକ ଫସଲ ନଷ୍ଟ ହେଲେ ମିଳିବ କ୍ଷତିପୂରଣ । ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ଦିଆଯିବ । ଜଳସେଚିତ ଜମି ପାଇଁ ଦିଆଯିବ ୧୩,୫୦୦ଟଙ୍କା ଦିଆଯିବ । ସବୁଦିନିଆ ଫସଲ ପାଇଁ ମିଳିବ ୧୮ ହଜାର ଟଙ୍କା ।

୫୦% ରିହାତିରେ ମିଳିବ ୨ ହଜାର ପମ୍ପ ସେଟ୍‌ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଘୋଷଣା ହୋଇଛି ପ୍ୟାକେଜ୍‌ । ୫୦୦୦ ପାଓ୍ଵାର ସେଭର ୫୦% ରିହାତିରେ ମିଳିବ । ଶସ୍ୟ ବୀମା ଯୋଜନାରୁ ବି ସାହାର୍ଯ୍ୟ ମିଳିବ । ଗାଇ ଓ ବଳଦଙ୍କ ମୃତ୍ୟୁ ହୋଇଥିଲେ ମିଳିବ ୩୦ ହଜାର ଟଙ୍କା । କୁକୁଡ଼ା ମରିଥିଲେ ୫୦ଟଙ୍କା,ଛେଳି ମରିଥିଲେ ୩୦୦୦ ଟଙ୍କା ମିଳିବ । କ୍ଷତିଗ୍ରସ୍ତ ମାଛ ଚାଷୀଙ୍କୁ ହେକ୍ଟର ପିଛା ୧୨,୨୦୦ଟଙ୍କା ଦିଆଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.