ବାଲେଶ୍ୱର ମେଡିକାଲ କଲେଜକୁ ଲୋକାର୍ପଣ କରି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର (କେନ୍ୟୁଜ୍) : ବହୁ ଦିନର ଆଶା ପୂରଣ ହୋଇଛି । ବାଲେଶ୍ୱର ମେଡିକାଲ କଲେଜକୁ ଲୋକାର୍ପଣ କରି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ନାଁ ରହିଛି ଫକୀର ମୋହନ ମେଡିକାଲ କଲେଜ୍ ଓ ହସ୍ପିଟାଲ । ଲୋକାର୍ପଣ ସହ ଆଜିଠୁ ବିଧିବଦ୍ଧ ଭାବେ ଏଠାରେ ପାଠପଢା ଆରମ୍ଭ ହୋଇଛି । ଚଳିତ ବର୍ଷ ଏଠାରେ ୯୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଲୋକାର୍ପଣ ଉତ୍ସବରେ ସାମିଲ ହୋଇଛନ୍ତି ।

୪ଟି ମେଡିକାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ। ଏଥିପାଇଁ କେନ୍ଦ୍ର ୬୦% ଓ ରାଜ୍ୟ ୪୦% ଅର୍ଥ ଦେଇଛି। ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ପୁରୀରେ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ଚୌବେ ଘୋଷଣା କରିଛନ୍ତି। ଏଥିପାଇଁ ଜମି ଯୋଗାଇଦେବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.