Below header

ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ବରଗଡ଼, ୩୦୦ କୋଟିର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼(କେନ୍ଯୁଜ୍): ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ବରଗଡ଼ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଉପକୃତ ହେବେ ଜିଲ୍ଲାର ପ୍ରାୟ ୪ ଲକ୍ଷ ହିତାଧିକାରୀ । ବରଗଡ଼ରେ ପ୍ରାୟ ୩୦୦ କୋଟିର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁର ନିର୍ବାଚନ ମଣ୍ଡଳୀର ୭୧ଟି 5T ରୂପାନ୍ତରଣ ହାଇସ୍କୁଲର ଶୁଭ ଉଦ୍‌ଘାଟନ କଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଙ୍ଗାଧର ମେହେରଙ୍କ ପୂଣ୍ୟଭୂମି ବିଜେପୁରକୁ ଆସି ମୁଁ ବହୁତ ଖୁସି। ବରଗଡ଼ ଜିଲ୍ଲା ଓଡ଼ିଶାର ଭାତହାଣ୍ଡି । ଜିଲ୍ଲାର ଚାଷୀ ଓ ବୁଣାକାର ଭାଇଭଉଣୀଙ୍କୁ ପ୍ରଣାମ। ରାଜ୍ୟରେ BSKY ସ୍ମାର୍ଟକାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ। ଆଜିଠୁ ବରଗଡ଼ରେ କ୍ୟାନସର ହସ୍ପିଟାଲ କାର୍ଯ୍ୟ ଆରମ୍ଭ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁସ୍ଥ ରହି ରାଜ୍ୟ ବିକାଶରେ ସହଭାଗୀ ହୁଅନ୍ତୁ । କେହି ଅର୍ଥ ଯୋଗୁ ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ ନହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ୱାସ୍ଥ୍ୟ ପାଇଁ ରଖିଥିବା ଅର୍ଥ ଅନ୍ୟ କାମରେ ବିନିଯୋଗ କରନ୍ତୁ । ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ସ୍ମାର୍ଟକାର୍ଡ । କାର୍ଡରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷର ବ୍ୟବସ୍ଥା ରହିଛି । ଏଭଳି ସ୍ୱାସ୍ଥ୍ୟ ସୁବିଧା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.