ମୁନ୍ ମିଶନରେ ସାମିଲ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଂ ପରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଭାରତୀୟ ବୈଜ୍ଞାନିକଙ୍କ ପାଇଁ ଆଜି ଐତିହାସିକ ଦିନ । ମାନବ ସମାଜ ପାଇଁ ଅଭୂତପୂର୍ବ ଉପଲବ୍ଧି । ମୁନ୍ ମିଶନରେ ସାମିଲ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

କେନ୍ୟୁଜ୍(ବ୍ୟୁରୋ): ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଂ ପରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଭାରତୀୟ ବୈଜ୍ଞାନିକଙ୍କ ପାଇଁ ଆଜି ଐତିହାସିକ ଦିନ । ମାନବ ସମାଜ ପାଇଁ ଅଭୂତପୂର୍ବ ଉପଲବ୍ଧି । ମୁନ୍ ମିଶନରେ ସାମିଲ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ନିବାସରେ ବସି ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂର ଲାଇଭ ଦେଖିଥିଲେ ମୁଖ୍ୟମନ୍ତ୍ରୀ ।
ମୁନ ମିଶନର ସ୍ବର୍ଣ୍ଣିମ ସଫଳତା ପରେ ଝୁମୁଛି ସାରା ଦେଶ । ସବୁଠି ସେଲିବ୍ରେସନ୍ । କେଉଁଠି ନାଚ ଗୀତ ତ ଆଉ କେଉଁଠି କେକ୍ କାଟି ଲୋକ ଉତ୍ସବ ମନାଉଛନ୍ତି । ବିଶେଷ ମୁହୂର୍ତ୍ତକୁ ଲାଇଭରେ ଦେଖିଥିଲେ ୧୪୦ କୋଟି ଭାରତୀୟ । ସାଧାରଣ ଲୋକଙ୍କ ସହ ବହୁ ନେତା, ମନ୍ତ୍ରୀ ବି ଚନ୍ଦ୍ରଯାନର ଅବତରଣରେ ନିଜକୁ ସାମିଲ କରିଥିଲେ । ବିଦେଶରେ ଥିବା ପ୍ରବାସୀ ଭାରତୀୟ ମଧ୍ୟ ଇସ୍ରୋର ଏହି ସଫଳ ମହାଅଭିଯାନରେ ସାମିଲ ହୋଇଥିଲେ । ଚନ୍ଦ୍ରଯାନ ଓ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଦେଶ ।