ଚନ୍ଦ୍ରଯାନ-୩ ସଫଳ ଅବତରଣ ଦେଖିଲେ କିସର ଛାତ୍ରଛାତ୍ରୀ, ‘ଭାରତମାତା କି ଜୟ’ ନାରାରେ ସମଗ୍ର କ୍ୟାମ୍ପସ ହେଲା ପ୍ରକମ୍ପିତ

ଛାତ୍ରଛାତ୍ରୀମାନେ ଏହାର ସିଧାପ୍ରସାରଣ ଦେଖି କିଟର ୩୦ ହଜାର ଛାତ୍ରଛାତ୍ରୀ ଏବଂ ବିଶ୍ବର ସର୍ବବୃହତ ଜନଜାତି ଆବାସିକ ବିଶ୍ବବିଦ୍ୟାଳୟ କିସର ୩୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଅନନ୍ଦ ଦେଖିବାକୁ ମିଳିଥିଲା । ‘ଭାରତମାତା କି ଜୟ’ ନାରାରେ ସମଗ୍ର କ୍ୟାମ୍ପସ ପ୍ରକମ୍ପିତ ହୋଇଥିଲା ।

କେନ୍ୟୁଜ୍(ବ୍ୟୁରୋ): ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳ ଅବତରଣ କରିିଛି । ବୁଧବାର ନିର୍ଦ୍ଧାରିତ ସମୟରେ ଏହା ଅବତରଣ କରିଥିବା ବେଳେ ଏହି ପ୍ରକ୍ରିୟାର ସିଧାପ୍ରସାରଣ ଦେଖିବା ପାଇଁ କିଟ୍ ଓ କିସର ବିଭିନ୍ନ ଅଡିଟୋରିୟମରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏହାର ସିଧାପ୍ରସାରଣ ଦେଖି କିଟର ୩୦ ହଜାର ଛାତ୍ରଛାତ୍ରୀ ଏବଂ ବିଶ୍ବର ସର୍ବବୃହତ ଜନଜାତି ଆବାସିକ ବିଶ୍ବବିଦ୍ୟାଳୟ କିସର ୩୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଅନନ୍ଦ ଦେଖିବାକୁ ମିଳିଥିଲା । ‘ଭାରତମାତା କି ଜୟ’ ନାରାରେ ସମଗ୍ର କ୍ୟାମ୍ପସ ପ୍ରକମ୍ପିତ ହୋଇଥିଲା । ଭାରତୀୟ ବୈଜ୍ଞାନିକ ଏବଂ ଇସ୍ରୋର ଜୟ ଜୟକାର କରିଥିଲେ ।

ସକାଳେ ଉଭୟ କିଟ୍ ଓ କିସ୍ ଛାତ୍ରଛାତ୍ରୀମାନେ ଚନ୍ଦ୍ରଯାନ-୩ର ସଫଳ ଅବତରଣ କାମନା କରି ଶୁଭ ମନାସିଥିଲେ । କିସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ସହ ହୋମ, ବେଦ ପାଠ ଏବଂ ଦୀପ ଦାନ ଆଦି ଆୟୋଜନ କରାଯାଇଥିଲା । କିସର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରି ଚନ୍ଦ୍ରଯାନର ସଫଳ ଅବତରଣ କାମନା କରିଥିଲେ । ସ୍କୁଲ ପରିସରରେ ଚନ୍ଦ୍ରଯାନ-୩ର ଏକ ମଡେଲ ରଖି ଛାତ୍ରଛାତ୍ରୀମାନେ ଠାକୁରଂକ ପୂଜାର୍ଚ୍ଚନା କରିଥିଲେ ।

ଦେଶର ବୈଜ୍ଞାନିକଂକ ଉପରେ ସମ୍ପୂର୍ଣ୍ଣ ଭରସା ରହିଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଂକ ପରାମର୍ଶ କ୍ରମେ ଛାତ୍ରଛାତ୍ରୀଂକୁ ଚନ୍ଦ୍ରଯାନ ଅବତରଣର ସିଧାପ୍ରସାରଣ ପ୍ରଦର୍ଶନର ବନ୍ଦୋବସ୍ତ କରାଯାଇଥିଲା । ଏଥି ପାଇଁ ଛାତ୍ରଛାତ୍ରୀମାନେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.