Below header

ଆଜି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓ ପୀୟୁଷ ଗୋଏଲଙ୍କୁ ଭେଟି ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓ ପୀୟୁଷ ଗୋଏଲଙ୍କୁ ଭେଟି ପାରନ୍ତି । ଗତ ୨୬ ତାରିଖରେ ଚାଷୀଙ୍କୁ ସାର ଯୋଗାଇବା ଦାବିରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖିଥିଲେ । ରାଜ୍ୟରେ ଡିଏପି, ଏମଓପି ଭଳି ସାରର ଅଭାବ ନେଇ ମାଣ୍ଡଭୀୟଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ତେଣୁ ଏହି ସମ୍ଭାବ୍ୟ ସାକ୍ଷାତ ସମୟରେ ଓଡ଼ିଶାର ସାର ଅଭାବ ଜନିତ ପ୍ରସଙ୍ଗ ଓ ଏହାର ତ୍ୱରିତ ସମାଧାନ ନେଇ ମୁଖ୍ୟମନ୍ତ୍ରୀ ଦାବି ରଖିପାରନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ବି ଭେଟିବା କାର୍ଯ୍ୟକ୍ରମ ରହିଛି । ଏଥିରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ସେହିପରି ଏହି ୬ ଦିନିଆ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଉ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଓ ଯୋଜନା ସମ୍ପର୍କରେ ଆଲୋଚନା କରିବା ସମ୍ଭାବନା ରହିଛି । ଆସନ୍ତା ୪ ତାରିଖରେ କ୍ୟାପିଟାଲ୍‌ ଫାଉଣ୍ଡେସନ୍‌ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଲାଇଫ ଟାଇମ୍‌ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.