ଜୟପୁର ଯିବେ ମୁଖ୍ୟମନ୍ତ୍ରୀ, ବିକ୍ରମ ଦେବ କଲେଜ ପ୍ଳାଟିନମ ଜୁବୁଲି ଉତ୍ସବରେ ଯୋଗଦେବେ

ଭୁବନେଶ୍ୱରଭ (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀଙ୍କ ଜୟପୁର ଗସ୍ତ । ଅବିଭକ୍ତ କୋରାପୁଟର ସର୍ବ ପୁରାତନ ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ଲାଟିନମ ଜୁବୁଲି ସମାରୋହରେ ଯୋଗଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ଜିଲ୍ଲା ପୋଲିସ । ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିଥିବା ବେଳେ ୩୨ରୁ ଉର୍ଦ୍ଧ୍ୱ ବରିଷ୍ଠ ପୋଲିସ ଅଧିକାରୀ ଦାୟିତ୍ୱରେ ରହିଛନ୍ତି । ସହର ସୀମାକୁ ସିଲ୍‌ କରାଯାଇଛି । ଟ୍ରାଫିକ ପାଇଁ ନିୟମିତ ରୁଟଚାର୍ଟ ପରିବର୍ତ୍ତନ କରାଯାଇଛି । ଲୋକଙ୍କ ସୁବିଧା ପାଇଁ ଦୁଇଟି ବାଇପାସ ବ୍ୟବହାର କରିବେ ।

ସେପଟେ କଲେଜରେ ପରିସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ କୋରାପୁଟ ଜିଲ୍ଲା ପାଇଁ ୧୫୯୬ କୋଟି ଟଙ୍କାର ୧୧୩ଟି ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ । ବିଶେଷ କରି ଜଳସମ୍ପଦ, କୃଷି ଓ ମେଗା ପାନୀୟଜଳ ପ୍ରକଳ୍ପ ଯାହା ଦୀର୍ଘଦିନ ଧରି ଦାବି ରହିଥିଲା ତାକୁ ଆଜି ପୂରଣ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.