ବରଗଡ଼ରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଗଙ୍ଗାଧର ମେହେର ମେଗା ଉଠା ଜଳସେଚନ ପ୍ରକଳ୍ପର କଲେ ଅନୁଧ୍ୟାନ

ବରଗଡ଼(କେନ୍ୟୁଜ୍‌): ବରଗଡ଼ରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଗଙ୍ଗାଧର ମେହେର ମେଗା ଉଠା ଜଳ ସେଚନ ପ୍ରକଳ୍ପର ଅନୁଧ୍ୟାନ କଲେ ମୁଖ୍ୟ ସଚିବ । ସିକିର୍ଡି ଗାଁ ଗସ୍ତ କରି ସେଠାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ନିର୍ମିତ ଇନ୍‌ଟେକ ୱେଲ୍‌ ପ୍ରକଳ୍ପ ପରିଦର୍ଶନ କରିଛନ୍ତି।

ଜିଲ୍ଲାର ବରଗଡ଼, ଅତାବିରା, ବିଜେପୁର ଓ ଗାଇସିଲେଟ ବ୍ଲକକୁ ଜଳ ଯୋଗାଣ ହେବାକୁ ଥିବା ମେଗା ପାଇପ୍‌ ପାଣି ଯୋଗାଣ ପ୍ରକଳ୍ପର ଉପଚାର ପ୍ଲାଣ୍ଟ ପରିଦର୍ସନ କରିଛନ୍ତି। ପ୍ରକଳ୍ପ ମାଧ୍ୟମରେ ୩୪୯ ଗାଁର ୫ଲକ୍ଷ ୮୬ହଜାର ୭୦୫ ଲୋକ ଉପକୃତ ହେବେ। ୨୦୨୩ ଜାନୁୟାରୀ ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୫୦୮. ୭୫କୋଟି ବ୍ୟୟ ଅଟକଳ ରଖାଯାଇଛି।

କାମ ଦେଖିବା ପରେ ଏଲ ଆଣ୍ଡ ଟି ଉପରେ ଖପ୍ପା ମୁଖ୍ୟ ସଚିବ । ଅତି ନିମ୍ନ ମାନର କାର୍ଯ୍ୟ ଓ ଅତି ମନ୍ଥର ଗତିରେ କାମ ଚାଲୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟ ସଚିବ । ୨ ବର୍ଷ ମଧ୍ୟରେ କାମ ସରିବାକୁ ଥିବାବେଳେ ଅତି ଧିମା ଗତିରେ ଚାଲୁଥିବା କହିଛନ୍ତି। ଜିଲ୍ଲାର ବରଗଡ଼, ଅତାବିରା, ବିଜେପୁର ଓ ଗାଇସିଲେଟ ବ୍ଲକକୁ ଜଳ ଯୋଗାଣ ହେବାକୁ ଥିବା ମେଗା ପାଇପ୍‌ ପାଣି ଯୋଗାଣ ପ୍ରକଳ୍ପର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.