ଏକତରଫା ପ୍ରେମର ଭୟଙ୍କର ପରିଣତି, ପରିବାରର ୪ଜଣଙ୍କୁ ଜାଳି ନିଜେ ଆତ୍ମହତ୍ୟା କଲା ପ୍ରେମିକ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ଏକତରଫା ପ୍ରେମର ଭୟଙ୍କର କାଣ୍ଡ ଘଟାଇଛନ୍ତି । ଶନିବାର ଉତ୍ତର ପ୍ରଦେଶରୁ ଆସିଥିବା ଖବର ମୁତାବକ ଏକତରଫା ପ୍ରେମରେ ପଡ଼ି ଜଣେ ଯୁବକ ପ୍ରେମିକା ସହ ତାଙ୍କ ପରିବାରର ୪ଜଣଙ୍କୁ ପେଟ୍ରୋଲ ପକାଇ ଜାଳିଦେଇଛି। ଏହାପରେ ସମ୍ପୃକ୍ତ ଯୁବକ ଜଣକ ନିଜର ପ୍ରାଣ ମଧ୍ୟ ନେଇ ଯାଇଛନ୍ତି ।

ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ ,ଅଚଲପୁର ଗ୍ରାମର ରାମନାଥଙ୍କ ୧୮ ବର୍ଷର ଝିଅ ନନ୍ଦନୀଙ୍କୁ ବିବାହ କରିବା ଲାଗି ତାଙ୍କ ପରିବାର ଉପରେ ଯୁବକ ଜଣକ ଚାପ ପକାଉଥିଲେ । ହେଲେ ଏଥିରେ ଉଭୟ ଝିଅ ଓ ତାଙ୍କ ବାପା ରାଜି ନହେବାରୁ ଯୁବକ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଥିଲା । ଏହି ଅଘଟଣର ଶିକାର ହୋଇଥିବା ୪ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । ଏହା ସହ ମୃତକ ଯୁବକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ବର୍ତ୍ତମାନ ଏହି ବିଷୟରେ ଗଭୀର ଅନୁସନ୍ଧାନ ଜାରି ରଖିଥିବା ସେ କହିଛନ୍ତି । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

ସେହିପରି ମେ ୭ରେ ମଧ୍ୟପ୍ରଦେଶ ଇନ୍ଦୋରର ସ୍ବର୍ଣ୍ଣବାଗ ଅଞ୍ଚଳରେ ଏକ ୩ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୯ ଜଣ ଆହତ ହୋଇଥିଲେ । ଘଟଣାର ତଦନ୍ତ ପରେ ଜଣାପଡିଥିଲା ଯେ ଶୁଭମ୍ ନାମକ ଜଣେ ପାଗଳ ପ୍ରେମିକ ପ୍ରଥମେ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଚାପ ପକାଇଥିଲେ ଏବଂ ଯୁବତୀ ଜଣଙ୍କ ବାରଣ କରିବାରୁ ସେ କ୍ରୋଧିତ ହୋଇ ଭୟଙ୍କର ନିଆଁ ଲଗାଇଥିଲେ। ଏପରିକି ଯୁବତୀ ଯେଉଁ ବିଲ୍ଡିଂରେ ରହୁଥିଲେ ସେହି ବିଲ୍ଡିଂରେ ଥିବା ତାଙ୍କ ଗାଡ଼ିରେ ନିଆଁ ମଧ୍ୟ ନିଆଁ ଲଗାଇଦେଇଥିଲେ। କିନ୍ତୁ ନିଆଁ ପୂରା ବିଲ୍ଡିଂରେ ବ୍ୟାପିଗଲା, ଯାହାଫଳରେ ଚାଲିଗଲା ୭ ଜଣ ଲୋକ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.