ଗଜପତି ମହେନ୍ଦ୍ରଗିରି-ଚନ୍ଦ୍ରଗିରି ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୋଜିତ ହେବ: ମୁଖ୍ୟ ଶାସନ ସଚିବ

ମୋହନା(କେନ୍ୟୁଜ୍):ଗଜପତି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଜିଲ୍ଲାରେ ଥିବା ପର୍ଯ୍ୟଟନ ସମ୍ଭାବନାର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ । ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ରାସ୍ତାରେ ତୁମ୍ବା-ପୁରିଆ ସାହି-ଭୁରଖତ ଆଦି ସ୍ଥାନ ଦେଇ ମହେନ୍ଦ୍ରଗିରିର କୁନ୍ତୀ ମନ୍ଦିର, ଯୁଦ୍ଧିଷ୍ଠିର ମନ୍ଦିର ପରିଦର୍ଶନ କରିଥିଲେ । ମହେନ୍ଦ୍ରଗିରି ପାହାଡ଼ ଶିଖର ଅଞ୍ଚଳରେ ପର୍ଯ୍ୟଟନ ବିକାଶର ସମ୍ଭାବନା ଅନୁଧ୍ୟାନ କରିଥିଲେ । ଏହିସବୁ ମନ୍ଦିର ଓ ମହେନ୍ଦ୍ରଗିରିକୁ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି ।

ମହେନ୍ଦ୍ରଗିରି-ଚନ୍ଦ୍ରଗିରି ଓଡ଼ିଶା ପର୍ଯ୍ୟଟନ ସର୍କିଟ ସହ ସଂଯୋଜିତ ହେବ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଓ ଖସଡ଼ା ଜଳପ୍ରପାତ ପର୍ଯ୍ୟଟନ ବିକାଶର ସମୀକ୍ଷା କରିଥିଲେ ।

ଖୁବଶୀଘ୍ର ଛେଳିଗଡ଼ ଜଳସେଚନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆରମ୍ଭ ହେବ । ଏହି ପ୍ରକଳ୍ପ ଗଜପତି ଜିଲ୍ଲାର ୫୦୦ ହେକ୍ଟର ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ୬୦୦୦ ହେକ୍ଟର ଜମିକୁ ଜଳସେଚିତ କରିବ । ଇକୋ ଟୁରିଜିମ୍‌ର ବିକାଶ ସହ ସ୍ଥାନୀୟ ଲୋକଙ୍କୁ କିପରି ରୋଜଗାର ମିଳିବ ତାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଜଳସେଚନ ପ୍ରକଳ୍ପର ଟନେଲ ପାଇଁ ଟେଣ୍ଡର ହୋଇଥିବା ଓ ଫରେଷ୍ଟ କ୍ଲିଅରାନ୍‌ସ ଖୁବ୍‌ଶୀଘ୍ର ମିଳିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.