ଭଦ୍ରକ: ଘର ପାଖ ପୋଖରୀରେ ପଡି ଆଖି ବୁଜିଲା ଶିଶୁପୁତ୍ର

ଚାନ୍ଦବାଲି(କେନ୍ୟୁଜ୍):  ଘର ପାଖ ପୋଖରୀରେ ପଡି ଅଢେଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ । ସୂଚନା ମୁତାବକ ଚାନ୍ଦବାଲି ଏନ. ଏ. ସି ଅନ୍ତର୍ଗତ ବେତଦହଣ ଗାଁ ର ତ୍ରିଲୋଚନ ବାରିକଙ୍କ ଅଢେଇ ବର୍ଷର ପୁଅ ସାଇ ବାରିକ ନିଜ ମା ସହ ନୟାହାଟ ସ୍ଥିତ ମାମୁଁ ଘରକୁ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲା। ଆଜି ଘରେ ସମସ୍ତେ ବ୍ୟସ୍ତ ଥିବା ସମୟରେ ଶିଶୁ ଟି ଘର ପାଖ ପୋଖରୀରେ ପଡିଯାଇଥିଲା।

ଲୋକମାନେ ଖୋଜା ଖୋଜି କରିବା ପରେ ପୋଖରୀରେ ଶିଶୁ ଟି ଭାସୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଶିଶୁ ଟିକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ, ଡାକ୍ତରଖାନା ରେ ପହଞ୍ଚିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣା ରେ ସମ୍ପୂର୍ଣ ଅଞ୍ଚଳ ରେ ଶୋକ ର ବାତାବରଣ ସୃଷ୍ଟି ହୋଇଛି ।