ଖାଦ୍ୟ ଦ୍ୱାରା ମଧ୍ୟ ବଦଳାଇ ପାରିବେ ଗ୍ରହର ଗତି, ଜାଣନ୍ତୁ କୁଣ୍ଡଳୀରେ ଗ୍ରହର ଶୁଭତା ବଢ଼ାଇବାର ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ଏମିତି ସବୁ ଉପାୟ ଦିଆଯାଇଛି,ଯାହାର ମାଧ୍ୟମରେ କୁଣ୍ଡଳୀରେ ଗ୍ରହକୁ ମଜବୁତ ସ୍ଥିତିକୁ ଅଣାଯାଇ ପାରିବ । ଅର୍ଥାତ ତା’ର ଶୁଭ ଫଳ ବଢ଼ାଇ ଦିଆଯାଇ ପାରିବ । ଯଦି ଗ୍ରହ ଦୁର୍ବଳ ସ୍ଥିତିରେ ରହିଥାନ୍ତି, ତେବେ ତାକୁ ମଜବୁତ କରିହେବ ।

ଏହାଛଡ଼ା ରତ୍ନ ଧାରଣ ଓ ପୂଜା ପାଠ ଦ୍ୱାରା ମଧ୍ୟ ଗ୍ରହକୁ ମଜବୁତ କରିହେବ । ଯଦ୍ୱାରା ଗ୍ରହ ଶୁଭ ଫଳ ଦେଇଥାନ୍ତି । ଏହାଛଡ଼ା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହଙ୍କ ଖାସ ସମ୍ପର୍କ ଆମର ଖାଦ୍ୟ ସହ ମଧ୍ୟ ଥାଏ । ଆମର ଖାଦ୍ୟ ବି କୁଣ୍ଡଳୀରେ ଗ୍ରହର ଶୁଭତା ବଢ଼ାଇବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା କେଉର୍ ଗ୍ରହର ସମ୍ପର୍କ କେଉଁ ଖାଦ୍ୟ ସହିତ ।

ସୂର୍ଯ୍ୟ ଗ୍ରହ : ଜ୍ୟୋତିଷ ଅନୁଯାୟୀ, କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହକୁ ମଜବୁତ କରିବା ସହ ତା’ର ଶୁଭତା ବଢ଼ାଇବା ଗୁଡ, ଆମ୍ବ ଓ ଗହମ ଖାଇବା ଦରକାର । ଏହାଛଡା ତମ୍ବା ପାତ୍ରରେ ରଖିଥିବା ଜଳ ପିଇବା ଜରୁରୀ ।

ଚନ୍ଦ୍ର ଗ୍ରହ : ଚନ୍ଦ୍ରମାଙ୍କ ପ୍ରଭାବ ମନ ଉପରେ ପଡିଥାଏ । ଚନ୍ଦ୍ରମାଙ୍କ ଶୁଭତା ପାଇଁ ଦୁଧ ଓ ଦୁଧରେ ତିଆରି ପଦାର୍ଥ ,ଆଖୁ, ଚିନି ମିଠାଇ ଓ ଆଇସ୍‌କ୍ରିମ ଆଦି ପଦାର୍ଥର ସେବନ ଉତ୍ତମ ହୋଇଥାଏ । ରୁପା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ୱାରା ଚନ୍ଦ୍ର ମଜବୁତ ହୋଇଥାନ୍ତି ।

ମଙ୍ଗଳ ଗ୍ରହ : କୁଣ୍ଡଳୀରେ ମଙ୍ଗଳ ଗ୍ରହକୁ ମଜବୁତ କରିବା ପାଇଁ ମହୁ, ଯଅ, ଗୁଡ, ମସୁର ଡାଲି ସେବନ କରିବା ଉଚିତ୍‌ । ତମ୍ବା ବା ପିତ୍ତଳ ପାତ୍ରରେ ରଖାଯାଇଥିବା ପାଣି ପିଇବା ଲାଭ ଦାୟକ ହୋଇଥାଏ ।

ବୁଧ ଗ୍ରହ : ସବୁଜ ଡାଲି, ମଟର,ମୁଗ, ସବୁଜ ପରିବା ସେବନ ଦ୍ୱାରା ଓ ରୁପା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ୱାରା କୁଣ୍ଡଳୀରେ ବୁଧ ମଜବୁତ ହୋଇଥାନ୍ତି ।

ବୃହସ୍ପତି ଗ୍ରହ : ଗୁରୁଙ୍କ ଶୁଭତା ବଢ଼ାଇବା ପାଇଁ ଚଣା ଡାଲି, ବେସନ, ହଳଦୀ, ମକ୍କା, ହଳଦିଆ ଡାଲି ଓ ହଳଦିଆ ଫଳ ଖାଇବା ଦରକାର ।

ଶୁକ୍ର ଗ୍ରହ : ଶୁକ୍ର ଗ୍ରହଙ୍କୁ ମଜବୁତ କରିବା ପାଇଁ ତ୍ରିଫଳା, ମିଶ୍ରୀ, ଡାଲଚିନି, ମୂଳା ଆଦି ଖାଇବା ଆବଶ୍ୟକ ।

ଶନି ଗ୍ରହ : ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ସୋରିଷ ଓ ରାଶି ତେଲ, କଳା ଲୁଣ, ବିରି ଡାଲି, ଲବଙ୍ଗ, କଳା ମରିଚ, ତେଜପତ୍ର,ଆଚାର ସେବନ କରିବା ଉଚିତ୍‌ ।

ରାହୁ ଓ କେତୁ ଗ୍ରହ : ଏହାର ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ ରାଶି ଓ ସୋରିଷ ତେଲ, ବିରି ବ୍ୟବହାର କରିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.