Below header

ବରର ବୟସ ୧୫କୁ କନ୍ୟାର ୧୪: ବାଲ୍ୟ ବିବାହ ଚାଲିଥିବାବେଳେ ରୋକିଲା ପ୍ରଶାସନ

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତର ଶୁକ୍ରାପୁଟ ଗାଁ ରେ ଚାଲିଥିବା ବାଲ୍ୟ ବିବାହ । ଯାହାକୁ ରୋକିଛି ପ୍ରଶାସନ । ବେଆଇନ୍ ବାଲ୍ୟ ବିବାହକୁ ପ୍ରଶାସନ ରୋକିବାରେ ସଫଳତା ହୋଇଛି ।

କୋରାପୁଟ(କେନ୍ୟୁଜ): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତର ଶୁକ୍ରାପୁଟ ଗାଁ ରେ ଚାଲିଥିବା ବାଲ୍ୟ ବିବାହ । ଯାହାକୁ ରୋକିଛି ପ୍ରଶାସନ । ବେଆଇନ୍ ବାଲ୍ୟ ବିବାହକୁ ପ୍ରଶାସନ ରୋକିବାରେ ସଫଳ ହୋଇଛି । ସୂଚନା ଅନୁସାରେ , ଦଶମ ପରୀକ୍ଷା ସାରି ଘରକୁ ଯାଇଥିଲେ ଛାତ୍ର । ହେଲେ ପୂର୍ବ ପ୍ରସ୍ତୁତି ଅନୁସାରେ ବାପା ମାଁ, ବେଦି ସଜା ସଜି କରିବା ସହ କନ୍ୟାକୁ ମଧ୍ୟ ସଜେଇ ସିଧା ବେଦୀକୁ ଆଣିଥିଲେ । ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା ।

ଦିଶାରି କହିବା ପ୍ରକାରେ, ଯୋଗ ଅନୁସାରେ, ନାବାଳକ ବିବାହ ପାଇଁ ପ୍ରସ୍ତୁତି ସରିଥିଲା । ବିବାହ ବେଦୀରେ ପୁଅ ଝିଅଙ୍କ ହାତକୁ ଦୁଇ ହାତ କରିବା ଲାଗି ସବୁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ହଠାତ୍ ବିଶେଷ ସୁତ୍ରରୁ ଖବର ପାଇ ଦଶମନ୍ତପୁର ଥାନା ପୋଲିସ ଏଏସଆଇ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ସହ ପୋଲିସ ଟିମ ଓ ଅଙ୍ଗନବାଡ଼ି ସୁଫୁରଭାଇଜ, ଅଖବତୀ ମୁସ୍କା, ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବାଲ୍ୟ ବିବାହକୁ ରୋକିଥିଲେ ।

ପୋଲିସ ସୂଚନା ଅନୁସାରେ, ଉପରୋକ୍ତ ଗାଁ ର ସିକିମ ସାଉନ୍ତାଙ୍କ ୧୫ ବର୍ଷର ପୁଅ ସହିତ ଦୁଆର ଶୁଣି ପଞ୍ଚାୟତ ଅଧିନସ୍ଥ,ନାରଙ୍ଗା ଗାଁ ର ବିସି ସାଉନ୍ତା ଙ୍କ ୧୪ ବର୍ଷ ର ଝିଅର ବିବାହ ଲାଗି ଛୋଟଥିବା ସମୟରେ, କଥା ଦିଆ ନିଆ ହୋଇଥିଲେ ଦୁଇ ପରିବାର । ସେହି କଥା ଅନୁସାରେ, ଦୁଇ ବନ୍ଧୁ ଛୋଟ ବୟସ ହେଲେ ମଧ୍ୟ ନଜ ନିଜର ପିଲାଙ୍କୁ ବାହା କରିଦେବାକୁ ନିଷ୍ପତ୍ତି ନେଇଥିଲେ । ସେହି ପ୍ରକାରେ ଆଜି ବିବାହ କରିଦେବା ଲାଗି, ପୁଅ ଓ ଝିଅ କୁ ଜବରଦସ୍ତି ଦୁଇ ପରିବାର,ବାହା କରି ଦେଉଥିଲେ ବୋଲି ପୋଲିସ ‌ପକ୍ଷରୁ କୁହାଯାଇଛି ।

ଉଭୟଙ୍କ ପରିବାର ସହିତ କନ୍ୟା ଓ ବର କୁ ଥାନାକୁ ଆଣି ତଦନ୍ତ କରୁଥିବା ପୋଲିସ ସୂଚନା ଦେଇଛି । ଏହାସହିତ ଠିକ୍ ବୟସରେ ବାହା କରିବା ସହିତ ସରକାରୀ ନିୟମ ଅନୁସାରେ ବାଲ୍ୟ ବିବାହ ଅପରାଧ, ବୋଲି ଉଭୟ ପରିବାରକୁ ବୁଝାଇ, ଏନେଇ ଏକ ମାମଲା ରୁଜୁ କରି ଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.