Below header

ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୧୦ ଜଣ ଗୁରୁତର

ଖଲ୍ଲିକୋଟ ନିକଟ ୧୬ ନମ୍ୱର ଜାତୀୟ ରାଜପଥର ସିଙ୍ଗଡ଼ାପଲ୍ଲୀ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ବୋଲେରୋ । ଫଳରେ ୧୦ ଜଣ ଆହତ ହୋଇଛନ୍ତି । ଆଜି ଭୋରରୁ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

ବ୍ରହ୍ମପୁର (କେନ୍ୟୁଜ): ଖଲ୍ଲିକୋଟ ନିକଟ ୧୬ ନମ୍ୱର ଜାତୀୟ ରାଜପଥର ସିଙ୍ଗଡ଼ାପଲ୍ଲୀ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ବୋଲେରୋ । ଫଳରେ ୧୦ ଜଣ ଆହତ ହୋଇଛନ୍ତି । ଆଜି ଭୋରରୁ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ ଏକ ବୋଲେରୋ ଯୋଗେ ମାଲକାନଗିରି ବାଲିମେଳାରୁ ୧୦ ଜଣ ପୁରୀ ବୁଲିବାକୁ ଯାଉଥିଲେ। ମାତ୍ର ଦ୍ରୁତ ଗତିରେ ଯାଉଥିବା ଗାଡ଼ିଟି ସିଙ୍ଗଡ଼ାପଲ୍ଲୀ ଠାରେ ଭାରସ୍ୟାମ ହରାଇ ଓଲଟି ପଡିଥିଲା । ବୋଲେରୋରେ ବସିଥିବା ୧୦ ଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ତୁରନ୍ତ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ସେମାନଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.