ବୁଲୁଛି ଏକ ବିଶାଳକାୟ ଅଜଗର, ଲୋକେ ଦେଖି ହତଚକିତ

ସୋସିଆଲ ମିଡିଆରେ ଅନେକ ସମୟରେ ସାପମାନଙ୍କ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଦେଖିଲେ ଆମ ଲୋମ ଟାଙ୍କୁରି ଉଠେ। ତେବେ ସାଧାରଣତଃ ସାପକୁ ଦେଖିଲେ ଯେକେହି ବି ଡରି ଯାଇଥାନ୍ତି ।

ପାରାଦୀପ(କେନ୍ୟୁଜ): ସୋସିଆଲ ମିଡିଆରେ ଅନେକ ସମୟରେ ସାପମାନଙ୍କ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଦେଖିଲେ ଆମ ଲୋମ ଟାଙ୍କୁରି ଉଠେ। ତେବେ ସାଧାରଣତଃ ସାପକୁ ଦେଖିଲେ ଯେକେହି ବି ଡରି ଯାଇଥାନ୍ତି । ଅତି ନିକଟରେ ସାପକୁ ଦେଖିଦେଲେ ଛାତିରେ ଛନକା ପଶିଯାଏ । ପଶିବନି ବା କାହିଁକି, କାରଣ ସାପ କାମୁଡିଲେ, କ୍ଷଣିକ ସମୟ ମଧ୍ୟରେ ଜୀବନ ଚାଲିଯାଇପାରେ । ଅନେକ ସମୟରେ ବିରାଟକାୟ ସାପ କେଉଁଠୁ ବାହାରିଥିବା ଖବର ଆପଣ ଟିଭିରେ ଦେଖିଥିବେ କିମ୍ବା ଖବରକାଗଜରେ ପଢିଥିବେ । ହେଲେ ଏହି ଦୃଶ୍ୟ ଯିଏ ନିଜ ଆଖିରେ ଦେଖିବ ତାକୁ ଯେ କଣ ଲାଗିବ ସେ କଥା କହିହେବନି ।

ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାରାଦୀପରେ । ପାରାଦୀପ ପିପିଏଲ ଟାଉନସିପ ମଧ୍ୟରେ ବୁଲୁଛି ବିଶାଳ ଅଜଗର ସାପ। ବିଳମ୍ୱିତ ରାତ୍ରିରେ ପିପିଏଲ ଟାଉନସିପ ଡି ଟାଇପ କ୍ଵାଟର ପଛପଟେ ଥିବା ଜଙ୍ଗଲିଆ ସ୍ଥାନରେ ଏକ ବିଶାଳ ଅଜଗରକୁ ଦେଖିଥିଲେ ସ୍ଥାନୀୟ ଲୋକେ ଓ ସିକ୍ୟୁରିଟି ଗାର୍ଡ । ତେବେ ଟର୍ଚ୍ଚ ଲାଇଟ ପକାଇ ଦେଖିବା ପରେ ଏହା ଏକ ବିରାଟକାୟ ଅଜଗର ସାପ ବୋଲି ଜଣାପଡିଥିଲା ।

ଏହି ଅଜଗରଟିର ଲମ୍ୱ ପ୍ରାୟ ୧୫ ପୁଟ ହେବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ପିପିଏଲ ଭଳି ରାସାୟନିକ ସାର କାରଖାନା ପରିସରରେ ଏଭଳି ବୃହତକାୟ ଅଜଗର ସାପ ବାହାରିବା ନିଶ୍ଚିନ୍ତ ରୂପେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଯାଇଛି । ଏ ଦୃଶ୍ୟ ଦେଖି ହତଚକିତ ହେଇଯାଇଛନ୍ତି ସ୍ଥାନୀୟ ଲୋକେ। ତେବେ ଏହି ଭିଜୁଆଲ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

You might also like